ସଚ୍ଚୋଟ ନେତା କେବେ ଏକା ଶ୍ରେୟ ନିଅନ୍ତି ନାହିଁ :ବରୁଣ ଗାନ୍ଧି
ଦିଲ୍ଲୀ: ବିଜେପି ସାଂସଦ ବରୁଣ ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଶଂସା କରିବା ସହ କହିଛନ୍ତି ଯେ ଜଣେ ପ୍ରକୃତ ନେତା ବିଜୟ ପାଇଁ ଏକା ଶ୍ରେୟ ନିଅନ୍ତି ନାହିଁ । ୧୯୭୧ ଯୁଦ୍ଧରେ ପାକିସ୍ତାନ ବିରୋଧରେ ଭାରତର ବିଜୟ ବିଷୟରେ ବରୁଣ ଉଲ୍ଲେଖ କରିଛନ୍ତି । ବରୁଣ ଗାନ୍ଧୀ ତାଙ୍କ ଜେଜେମା (ଇନ୍ଦିରା ଗାନ୍ଧୀ) ଙ୍କ ତରଫରୁ ତତ୍କାଳୀନ ସେନା ମୁଖ୍ୟ ଜେନେରାଲ ସାମ ମନେକଶାଙ୍କୁ ଲେଖିଥିବା ଚିଠିକୁ ବରୁଣ ନିଜର ସୋସିଆଲ ମିଡିଆ ଏକ୍ସରେ ସେୟାର କରିଛନ୍ତି ।

ଚିଠିରେ ଦେଖାଯାଉଥିବା ତାରିଖ ଅନୁଯାୟୀ, ଏହି ଚିଠି ୨୨ ଡିସେମ୍ବର ୧୯୭୧ ରେ ଲେଖାଯାଇଥିଲା । ବରୁଣ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ୧୯୭୧ ଯୁଦ୍ଧରେ ଭାରତର ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତତ୍କାଳୀନ ସେନା ମୁଖ୍ୟ ଜେନେରାଲ ସାମ ମାନେକ୍ସଙ୍କୁ ଲେଖିଥିବା ଚିଠି । ଜଣେ ପ୍ରକୃତ ନେତା ଜାଣନ୍ତି ଯେ ସମଗ୍ର ଟିମ୍ ଜିତେ ଆଉ ସେ ଏହା ମଧ୍ୟ ଜାଣନ୍ତି କେତବେଳେ ତାଙ୍କ ଖୋଲାହୃଦୟ କରିବକୁ ପଡ଼ିବ । ଆଉ ସେ କେବେ ଏକାକୀ ଶ୍ରେୟ ନେବ ନାହିଁ ।
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ବରୁଣ ଗାନ୍ଧୀଙ୍କ ପ୍ରତିକ୍ରିୟା କଳ୍ପନାଜଳ୍ପନାର ପୃଷ୍ଠଭୂମିରେ ଆସିଛି ଯେ ସେ ନିକଟରେ ବିଜେପି ବୈଠକରୁ ଦୂରେଇ ରହିଥିବାରୁ ସେ କଂଗ୍ରେସର ନିକଟତର ହେଉଛନ୍ତି । ଗତ ମାସରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ବରୁଣ ଗାନ୍ଧୀ ଉତ୍ତରାଖଣ୍ଡର କେଦାରନାଥ ମନ୍ଦିରରେ ଏକ ସ୍ୱଳ୍ପ ଏବଂ ଅପ୍ରତ୍ୟାଶିତ ବୈଠକ କରିଥିଲେ । ରାହୁଲ ଏବଂ ବରୁଣ ସମ୍ପର୍କୀୟ ଅଟନ୍ତି । ତେବେ ଉଭୟ ନେତା କରିଥିବା ବୈଠକର ରାଜନୈତିକ ଗୁରୁତ୍ୱକୁ ପ୍ରତ୍ୟାଖ୍ୟାନ କରିଥିଲେ ।












Click it and Unblock the Notifications