ଇଚ୍ଛା ମୃତ୍ୟୁ ମାଗିଲେ ମହିଳା ଜଜ୍‌, କହିଲେ ନ୍ୟାୟ ପାଇବାର ଆଉ ଆଶା ନାହିଁ...

Woman Judge Alleges Sexual Harassment: ଇଚ୍ଛା ମୃତ୍ୟୁ ମାଗିଲେ ମହିଳା ଜଜ୍ । ଭାରତରେ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି ସେ ଇଚ୍ଛା ମୃତ୍ୟୁ ପାଇଁ ଗୁହାରୀ କରିଛନ୍ତି । ଏହି ଘଟଣାକୁ ନେଇ ସାରା ଦେଶରେ ବର୍ତ୍ତମାନନ ଚହଳ ସୃଷ୍ଟି ହୋଇଛି । ସେ ତାଙ୍କର ପୂର୍ବ ପୋଷ୍ଟିଂ ସମୟରେ ନିଜ ଉପରିସ୍ତ ଅଧିକାରୀଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ନେଇ ସୂଚନା ରହିଛି । ସେହିପରି ସେ ଆଉ ନ୍ୟାୟ ପାଇବେ ନାହିଁ ବୋଲି ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି ।

ମହିଳା ବିଚାରପତି ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କୁ ୨ ପୃଷ୍ଠାରେ ଏକ ଚିଠି ଲେଖିଛନ୍ତି ଏବଂ ସେ ସମ୍ମୁଖୀନ ହୋଇଥିବା ନିର୍ଯ୍ୟାତନା ବିଷୟରେ କହିଛନ୍ତି। ସେ ଏହା ମଧ୍ୟ ଲେଖିଛନ୍ତି ଯେ ସେ, ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ହେଲେ ସେ ବିଫଳ ହୋଇଥିଲେ । ଜଣେ ମହିଳା ନ୍ୟାୟିକ ଅଧିକାରୀଙ୍କ ଦ୍ୱାରା ଲିଖିତ ଏହି ଚିଠି ଗୁରୁବାର ଠାରୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲେ ।

chief justice

ଦୁଇ ପୃଷ୍ଠାର ଚିଠିରେ ମହିଳା ବିଚାରପତି ଲେଖିଛନ୍ତି, "ମୁଁ ବହୁତ ଉତ୍ସାହ ଏବଂ ଆତ୍ମବିଶ୍ୱାସ ସହିତ ନ୍ୟାୟିକ ସେବାରେ ଯୋଗ ଦେଇଥିଲି। ମୁଁ ଭାବିଲି ମୁଁ ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବି। ଜାଣି ନଥିଲି ଯେ ମୁଁ ଦିନେ ମୋତେ ନ୍ୟାୟ ମାଗିବା ପାଇଁ ପଡିବ । ମୋ ଅଭିଯୋଗର କେହି କର୍ଣ୍ଣପାତ କରୁ ନାହାଁନ୍ତି । ଦିଲ୍ଲୀରେ ମୋତେ ମୋ ପକ୍ଷ ରଖିବା ପାଇଁ ମାତ୍ର ୮ ସେକେଣ୍ତ ଦିଆଯାଇଥିଲା । ଏହାପରେ ମୋ ଅଭିଯୋଗ ଖାରଜ କରି ଦିଆଯାଇଛି । ମୋ ପାଖରେ ଆଗକୁ କୌଣସି ବିକଳ୍ପ ଆଉ ନାହିଁ, ତେଣୁ ମୁଁ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିବା ପାଇଁ ବାଧ୍ୟ ହେଉଛି । ମୁଁ ନିଜକୁ ନ୍ୟାୟ ପ୍ରଦାନ କରିବାକୁ ଅକ୍ଷମ ।

ମହିଳା ବିଚାରପତିଙ୍କ ଅଭିଯୋଦଗ ଅନୁସାରେ, ବର୍ଷେ ପୂର୍ବରୁ ତାଙ୍କ ସହ ଖୁବ୍ ଅପମାନଜନକ ବ୍ୟବହାର ହୋଇଥିଲା । ଯାହା ତାଙ୍କୁ ମାନସିକ ଭାବେ ଖୁବ ଆଘାତ ଦେଇଥିଲା । ଏହି ଘଟଣାର ବହୁ ଅଭିଯୋଗ କରିବା ସତ୍ତ୍ୱେ ଏ ଯାଏ ତାଙ୍କୁ ନ୍ୟାୟ ମିଳିନାହିଁ । ମହିଳା ବିଚାରପତିଜଣକ ଉତ୍ତରପ୍ରଦେଶର ଆହ୍ଲାବାଦ ହାଇକୋର୍ଟ ବିଚାରପତି ଥିବା ସମୟରେ ଏବେ ତାଙ୍କର ଅନ୍ୟତ୍ର ବିଦଳି ହୋଇଥିବା ଜଣାଯାଇଛି । ଏହି ଘଟଣାକୁ ନେଇ ଗତକାଲି ବିଳମ୍ବିତ ରାତିରେ ପ୍ରଧାନ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ସୁପ୍ରିମ କୋର୍ଟ ସେକ୍ରେଟେରୀ ଜେନେରାଲ ଆହ୍ଲାବାଦ ହାଇକୋର୍ଟ ପ୍ରଶାସନଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି । ଏହା ସହ ଉପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ଜବାବ ମାଗିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+