ଏକ ଦିବ୍ୟ ଶକ୍ତି ମୋତେ ଏପରି କରିବାକୁ ନିର୍ଦ୍ଦେଶ ଦେଇଥିଲେ; ମୁହଁ ଖୋଲିଲେ ଆଇନଜୀବୀ

CJI ବି.ଆର. ଗବାଇଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଚେଷ୍ଟା କରିଥିଲେ ସୁପ୍ରିମକୋର୍ଟରେ ଆଇନଜୀବୀ ରାକେଶ କିଶୋର । ତେବେ ରାକେଶ ଏହି ମାମଲାରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ସେ କହିଛନ୍ତି, ଏଥିପାଇଁ ମୋର କୌଣସି ଅନୁତାପ ନାହିଁ। ରାକେଶ କିଶୋର କାହିଁକି ଏପରି କଲେ ତାହା ମଧ୍ୟ ବ୍ୟାଖ୍ୟା କରିଛନ୍ତି ।

rakesh kishore

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆଇନଜୀବୀ ରାକେଶ କିଶୋର କହିଛନ୍ତି, "ଏକ ଦିବ୍ୟ ଶକ୍ତି ମୋତେ ଏପରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯଦି ମୁଁ ଜେଲ ଯାଇଥାନ୍ତି ତେବେ ଭଲ ହୋଇଥାନ୍ତା। ମୋ ପରିବାର ମୋର କାର୍ଯ୍ୟରେ ଖୁସି ନୁହଁନ୍ତି। ସେମାନେ ବୁଝିପାରିବେ ନାହିଁ।" ରାକେଶ କିଶୋର କହିଛନ୍ତି ଯେ ମୁଁ କିନ୍ତୁ ମୋର କୌଣସି କାର୍ଯ୍ୟ ପାଇଁ ଅନୁତପ୍ତ ନୁହେଁ । ତେବେ ତାଙ୍କ ପରିବାର କିନ୍ତୁ ତାଙ୍କ କାର୍ଯ୍ୟକୁ ତୀବ୍ର ନିନ୍ଦା କରିଛନ୍ତି । ପୋଲିସ କିନ୍ତୁ ରାକେଶଙ୍କୁ ପଚରାଉଚରା ପରେ ମୁକ୍ତ କରିଥିଲା । ସିଜେଆଇ କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇ ତାଙ୍କୁ ଛାଡିବାକୁ କହିଥିଲେ।

ରାକେଶ ହିନ୍ଦୁସ୍ତାନ ଟାଇମ୍ସକୁ କହିଥିଲେ ଯେ ସେ ଜେଲ ଯିବାକୁ ଇଚ୍ଛୁକ ଥିଲେ । ଜିଦ୍ ଧରି କହିଥିଲେ ଯେ ସେ କୌଣସି ରାଜନୈତିକ ଦଳ ସହିତ ଜଡିତ ନୁହନ୍ତି। ସେ କହିଥିଲେ, "ମୁଁ ଜେଲରେ ଥିଲେ ଭଲ ହୁଅନ୍ତା। ମୋ ପରିବାର ମୁଁ ଯାହା କରିଛି ସେଥିରେ ବହୁତ ଅସନ୍ତୁଷ୍ଟ। ସେମାନେ ବୁଝିପାରୁ ନାହାଁନ୍ତି। ମୟୂର ବିହାରସ୍ଥିତ ତାଙ୍କ ଘରୁ କଥାବାର୍ତ୍ତା କରି ଓକିଲ ଅନେକ ଅବାନ୍ତର ଦାବି କରିଥିଲେ । ଦାବି କରିଥିଲେ ଯେ ସେ କୌଣସି ଦିବ୍ୟ ଶକ୍ତି ଦ୍ୱାରା ପରିଚାଳିତ ହୋଇଛନ୍ତି।

କୋର୍ଟ ନମ୍ବର ୧ରେ କାର୍ଯ୍ୟ ଚାଲୁଥିବା ସମୟରେ ପ୍ରାୟ ୧୧:୩୫ ସମୟରେ ଏହି ଘଟଣା ଘଟିଥିଲା । ଯେତେବେଳେ କିଶୋର ଜଣକ ତାଙ୍କ ଜୋତା କାଢି CJIଙ୍କ ଉପରକୁ ଫିଙ୍ଗିବାକୁ ଚେଷ୍ଟା କରିଥିଲେ । କିନ୍ତୁ, ସୁରକ୍ଷା କର୍ମୀମାନେ ତାଙ୍କୁ ଅଟକାଇ ବାହାରକୁ ନେଇଯାଇଥିଲେ । ଯେତେବେଳେ କୋର୍ଟର ଅଧିକାରୀମାନେ ନିର୍ଦ୍ଦେଶ ମାଗିଥିଲେ । ମୁଖ୍ୟ ବିଚାରପତି ଗବାଇ ସେମାନଙ୍କୁ ଘଟଣାକୁ ଅଣଦେଖା କରିବାକୁ ଓ ଚେତାବନୀ ଦେଇ କିଶୋରଙ୍କୁ ଛାଡି ଦେବାକୁ କହିଥିଲେ ବୋଲି ଜଣାପଡ଼ିଛି ।

ପୋଲିସ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ କିଶୋରଙ୍କ ପାଖରେ ଏକ ବୈଧ ପ୍ରବେଶ କାର୍ଡ ଥିଲା । ଯେଉଁଥିରେ ଏକ ବାର କାଉନସିଲ ଅଫ୍ ଇଣ୍ଡିଆ କାର୍ଡ ଏବଂ ସୁପ୍ରିମକୋର୍ଟ ବାର ଆସୋସିଏସନ (SCBA)ର ଏକ ଅସ୍ଥାୟୀ ସଦସ୍ୟତା କାର୍ଡ ଅନ୍ତର୍ଭୁକ୍ତ ଥିଲା। ବି.ଆର. ଗଭାଇଙ୍କ ଉପରେ ଜୋତା ଫିଙ୍ଗିଥିବା ଓକିଲ ଭଗବାନ ବିଷ୍ଣୁଙ୍କ ପ୍ରତିମା ଉପରେ କରାଯାଇଥିବା ମନ୍ତବ୍ୟ ଯୋଗୁଁ ବିରକ୍ତ ହୋଇଥିଲେ ।

ରାକେଶ କହିଛନ୍ତି ଯେ ମଧ୍ୟପ୍ରଦେଶର ଖଜୁରାହୋର ଜାୱାରୀ ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ମୁଣ୍ଡ କଟା ମୂର୍ତ୍ତିର ପୁନରୁଦ୍ଧାର ସମ୍ପର୍କରେ ଏକ ସମ୍ପ୍ରତି ଶୁଣାଣି ସମୟରେ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ ଯୋଗୁଁ ସେ ବିରକ୍ତ ହୋଇଥିଲେ। ସେ କହିଛନ୍ତି, "ସେହି ନିଷ୍ପତ୍ତି ପରେ ମୁଁ ଶୋଇ ପାରିଲି ନାହିଁ। ଭଗବାନ ମୋତେ ପ୍ରତିଦିନ ରାତିରେ ପଚାରୁଛନ୍ତି ଯେ ଏତେ ଅପମାନ ପରେ ମୁଁ କିପରି ଶାନ୍ତିରେ ଶୋଇପାରିବି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+