ବାଂଲାଦେଶ ମାଟିରୁ ଭାରତ ବିରୋଧରେ କରାଯିବ ଷଡଯନ୍ତ୍ର !

ଆତଙ୍କବାଦୀଙ୍କ ନୂଆ ହବ୍ ହେବ ବାଂଲାଦେଶ । ବାଂଲା ମାଟିରୁ ଭାରତ ବିରୋଧରେ କରାଯିବ ଷଡଯନ୍ତ୍ର । ଆତଙ୍କବାଦୀ ଆକ୍ରମଣ ମଧ୍ୟ ହେବ । ଏନେଇ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଲଶ୍କର-ଏ-ତୋଏବାର କମାଣ୍ଡର ସୈଫୁଲହା ସୈଫ ଭାରତକୁ ଧମକ ଦେଉଥିବା ଦେଖିବାକୁ ମିଳିଛି । ଭିଡିଓଟି ପାକିସ୍ତାନର ଖୈରପୁର ତମିବାଲୀରେ ଆୟୋଜିତ ଏକ ରାଲିର ବୋଲି କୁହାଯାଉଛି ।

Bangladeshi

ଭିଡିଓରେ ସୈଫ ସିଧାସଳଖ କହୁଛି ଯେ, ହାଫିଜ ସୟିଦ ଚୁପ୍ ବସିବେ ନାହିଁ । ବାଂଲାଦେଶ ଦେଇ ଭାରତ ଉପରେ ଆକ୍ରମଣ ହେବ । ପୂର୍ବ ପାକିସ୍ତାନର ହାଫିଜର ଅନୁଗତ ସକ୍ରିୟ ଅଛନ୍ତି । ସେମାନେ ଭାରତକୁ ଜବାବ ଦେବାକୁ ପ୍ରସ୍ତୁତ ଅଛନ୍ତି । ଜଣେ ଖାସ୍ ଲୋକକୁ ବାଂଲାଦେଶ ପଠାଯାଇଛି । ସେ ସ୍ଥାନୀୟ ଲୋକଙ୍କୁ ଜିହାଦ ନାଁରେ ଯୁଦ୍ଧ ପାଇଁ ପ୍ରସ୍ତୁତ କରୁଛି । ବାଂଲାଦେଶ ହେଉଛି ଲଶ୍କର ନୂଆ ଲଞ୍ଚପ୍ୟାଡ୍ ଯାହାକୁ ଭାରତ ବିରୋଧରେ ବ୍ୟବହାର କରାଯିବ ବୋଲି ଭିଡିଓରେ ସୈଫ କହୁଥିବା ଦେଖିବାକୁ ମିଳିଛି ।

ସେ ଆହୁରି କହିଛି ଯେ, ପାକିସ୍ତାନ ସେନା ଭଲ କାମ କରୁଛି । ମେ ୯ ତାରିଖ ରାତିରେ ସେନା ଭାରତକୁ ଜବାବ ଦେଇଥିଲା । ଆମେରିକା ଏବଂ ବାଂଲାଦେଶ ଏବେ ପାକିସ୍ତାନର ନିକଟତର ହେଉଛନ୍ତି । ଯାହା ଆଗାମୀ ଦିନରେ ପାକିସ୍ତାନ ପାଇଁ ହିତକର ସାବ୍ୟସ୍ତ ହେବ ।

ସବୁଠାରୁ ବଡ କଥା ହେଉଛି ଯେ, ଭିଡିଓରେ ଅନେକ ଶିଶୁ ରହିଛନ୍ତି । ସେମାନଙ୍କ ବ୍ରେନଓ୍ୱାସ୍ କରାଯାଇ ଭାରତ ବିରୋଧରେ ଉସକାଯାଉଛି । ଶିଶୁଙ୍କୁ ଜିହାଦ ବିଚାରଧାରାରେ ସାମିଲ କରାଯାଉଛି । ତେବେ ଏହି ଭିଡିଓ ଆସିବା ପରେ ସୁରକ୍ଷାକର୍ମୀ ଆହୁରି ସତର୍କ ହୋଇଯାଇଛନ୍ତି । କିପରି ବଡ ଧରଣର ଅଘଟଣକୁ ଏଡାଇ ଦିଆଯାଇ ପାରିବ ସେନେଇ ସେନା ମଧ୍ୟ ସଜାଗ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+