Get Updates
Get notified of breaking news, exclusive insights, and must-see stories!

ସାନ ଭାଇର ମୃତ୍ୟଦେହକୁ ରାସ୍ତା କଡରେ ଧରି ବସିଲା ୮ବର୍ଷର ଭାଇ

A child sat for hours with his younger brother's dead body in his lap waiting for his fatherସାନ ଭାଇର ମୃତ୍ୟଦେହକୁ ରାସ୍ତା କଡରେ ଧରି ବସିଲା ୮ବର୍ଷର ଭାଇ

ଭୋପାଳ: ସାନ ଭାଇର ମୃତ୍ୟଦେହକୁ ରାସ୍ତା କଡରେ ଧରି ବସିଲା ୮ବର୍ଷର ଭାଇ । ମଧ୍ୟପ୍ରଦେଶର ମୁରୈନାରେ ଗତ ଶନିବାର ଏପରି ଦୃଶ୍ୟ ଦେଖିବା ପାଇଁ ମିଳିଥିଲା । ଏହି ଘୋଟଣା ଏବେ ସାଧାରଣରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।ସୋସିଆଲ ମିଡିଆରେ ମଧ୍ୟ ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ମୁରୈନା ଜିଲ୍ଲାର ଅମ୍ବାହ ବଡଫରା ଗାଁର ପୂଜାରାମ ଜାୱଟ ମାନ ଜଣେ ବ୍ୟକ୍ତିଙ୍କର ୨ବର୍ଷିୟ ସାନ ପୁଅ ଗୁରୁତର ରୋଗରେ ପୀଡିତ ଥିଲା । ପେଟରେ ଯନ୍ତ୍ରଣା ଯୋଗୁଁ ସ୍ଥାନୀୟ ଡାକ୍ତରଙ୍କୁ ଦେଖାଇବା ସତ୍ୱେ କମି ନଥିଲା ପୁଅର ଯନ୍ତ୍ରଣା ।ପରବର୍ତ୍ତି ସମୟରେ ଯନ୍ତ୍ରଣା ବଢିବା କାରଣରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଜ ପୁଅକୁ ନେଇ ପହଁଚିଥିଲେ ପୂଜାରାମ ଜାୱଟ ଯେଉଁଠି ଥିବା ଚିକିତ୍ସିତ ଅବସ୍ଥାରେ ସାନ ପୁଅ ରାଜାର ମୃତ୍ୟୁ ହୋଇଥିଲା ।

ହେଲେ ଏଠି ସରିନଥିଲା ପୂଜାରାମ ସଂଘର୍ଷ ।ଅର୍ଥ ଅଭାବରୁ ପୁଅ ଶବକୁ ନିଜ ଗାଁକୁ ଆଣିବା ପାଇଁ ସେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ହସ୍ପିଟାଲ କର୍ମଚାରୀ କି ଅଧିକାରି କେହି ମଧ୍ୟ ସାହାର୍ଯ୍ୟ କରି ନଥିଲେ । ଆମ୍ୱୁଲାନ୍ସ ପାଇଁ ଦେଢ ହଜାର ଟଙ୍କା ମାଗିବାରୁ ନିଜ ଅକ୍ଷମତା ଦର୍ଶାଇଥିଲେ ବାପା ।ହେଲେ ତାଙ୍କ ଗୁହାରି କେହି ଶୁଣି ନଥିଲେ । ଶେଷରେ ପୁଅର ସବକୁ ଧରି ବାପା ଓ ବଡ଼ ପୁଅ ଡାକ୍ତରଖାନ ବାହାରକୁ ଆସିଥିଲେ ।ନିଜର ୮ବର୍ଷର ବଡ ପୁଅ ଗୁଲସନ୍ କୁ ସାନପୁଅ ସବ ପାଖରେ ବସାଇ ଗାଡି଼ ଠିକ କରିବାରେ ଲାଗି ପଡିଥିଲେ ପୂଜାରାମ । ହେଲେ ଅନେକ ସମୟ ବିତିଯାଇଥିଲେ ମଧ୍ୟ କୌଣସି ଗାଡିର ବ୍ୟବସ୍ତା ହୋଇପାରିନଥିଲା । ଏପଟେ ରାସ୍ତା କଡରେ ନିଜ ଭାଇର ସବକୁ ଧରି ବସି ଥାଏ ବଡ ଭାଇ ଯାହା ଅନେକ ଲୋକଙ୍କୁ ବିଚଳିତ କରୁଥିଲା ।ଶେଷରେ ସ୍ଥାନୀୟ ପୋଲିସ ଖବର ପାଇଁ ଆସି ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲା । ଏହି ଘଟଣାକୁ ଏବେ ଅନେକ ଲୋକ ନିନ୍ଦା କରିବା ସହ ସ୍ୱାସ୍ଥ୍ୟ ସେବା ଉପରେ ମଧ୍ୟ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି

BHOPAL

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+