ମୁମ୍ବାଇର ଗେଟୱେ ଅଫ୍ ଇଣ୍ଡିଆରୁ ଏଲିଫେଣ୍ଟା ଯାଉଥିବା ଡଙ୍ଗା ବୁଡିଲା, ୩ ମୃତ
Mumbai News: ମୁମ୍ବାଇର ଗେଟୱେ ଅଫ୍ ଇଣ୍ଡିଆରୁ ଏଲିଫେଣ୍ଟା ଯାଉଥିବା ଏକ ଡଙ୍ଗା ଦୁର୍ଘଟଣାର ଶିକାର ହୋଇଛି। ସମୁଦ୍ରରେ ବୁଡିଲା ଡଙ୍ଗା, ଯେଉଁଥିରେ ଅନେକ ଯାତ୍ରୀ ଥିବା ନେଇ ସୂଚନା । ବର୍ତ୍ତମାନ ଏପରି ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନାହିଁ । ଅନ୍ୟପଟେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

ଘଟଣାଟି ଦିନ 3:55 ରେ ଘଟିଥିଲା । ସୂଚନା ଅନୁସାରେ, ଡଙ୍ଗାରେ 80 ଜଣ ଲୋକ ଯାତ୍ରା କରୁଥିଲେ । ଦୁର୍ଘଟଣାରେ 3 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ 66 ଜଣଙ୍କୁ ଉଦ୍ଧାର କରାଯାଇଛି । ଅନେକ ଲୋକ ବର୍ତ୍ତମାନ ନିଖୋଜ ଅଛନ୍ତି । ଅନ୍ୟପକ୍ଷରେ କେଉଁ କାରଣରୁ ଦୁର୍ଘଟଣା ଘଟିଲା ସେନେଇ କୌଣସି ସୂଚନା ମିଳି ନାହିଁ ।
ତଟରକ୍ଷୀ ବାହିନୀ ଏବଂ ପୋଲିସ ସହିତ ସମନ୍ୱୟ ରକ୍ଷା କରି ନୌସେନା ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଉଦ୍ଧାର କାର୍ଯ୍ୟରେ 11 ଟି ଡଙ୍ଗା, ମରିନ୍ ପୋଲିସଙ୍କର 3ଟି ଡଙ୍ଗା, 1 ଟି କୋଷ୍ଟଗାର୍ଡର ଡଙ୍ଗା ନିୟୋଜିତ ଥିଲା । ଏହା ବ୍ୟତୀତ 04 ହେଲିକପ୍ଟର ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ ଥିଲା।












Click it and Unblock the Notifications