ଜାମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ବଡ ସଫଳତା, ଏନକାଉଣ୍ଟରରେ ଟଳିଲେ ୭ ଆତଙ୍କବାଦୀ

ପୁଣି ପଦାରେ ପଡିଲା ପାକିସ୍ତାନର ଷଡଯନ୍ତ୍ର । ସୀମାରେ ପଶି ବଡ ଧରଣର ଷଡଯନ୍ତ୍ରର ଜାଲ ବିଛାଇବା ପାଇଁ ଚେଷ୍ଟା କରୁଥିଲା ପାକିସ୍ତାନ୍ । ବାରମ୍ୱାର ଚେତାବନୀ ସତ୍ୱେ ବି ସୁଧୁରୁନି ଶତ୍ରୁ ପାକିସ୍ତାନ୍ । ଜାରି ରଖିଛି ତାର ନାପାକ୍ କାର୍ଯ୍ୟକଳାପ । ଆତଙ୍କବାଦୀଙ୍କ ସହ ସେନା କର୍ମୀ ବି ସାମିଲ୍ ହୋଇ ଷଡଯନ୍ତ୍ର ରଚିଥିବା ଜଣାପଡିଛି ।

terrorists

ଜମ୍ମୁ-କାଶ୍ମୀର ସୀମାବର୍ତ୍ତି ଅଞ୍ଚଳ ଦେଇ ୭ଜଣ ଆତଙ୍କବାଦୀ ଭାରତ ସୀମାକୁ ପ୍ରବେଶ କରିଥିଲେ । ବଡ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିଲେ । କିନ୍ତୁ ତାଙ୍କର ଏହି ଯୋଜନାକୁ ପଣ୍ଡ କରିଛନ୍ତି ଭାରତୀୟ ଯବାନ । ୭ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା । ସବୁଠୁ ବଡ କଥା ହେଉଛି ୭ଜଣ ଆତଙ୍କବାଦୀଙ୍କ ମଧ୍ୟରେ ୩ଜଣ ପାକିସ୍ତାନୀ ଆର୍ମୀ ଯବାନ ରହିଥିବା ଜଣାପଡିଛି ।

ମିଳିଥିବା ସୂଚନା ଆଧାରରେ, ପାକିସ୍ତାନୀ ବର୍ଡର ଆକ୍ସନ ଟିମ୍ (ବିଏଟି) ସହ ମିଶି ଭାରତୀୟ ଯବାନଙ୍କ ଉପରେ ଆତ୍ମଘାତି ଆକ୍ରମଣ ପାଇଁ ଯୋଜନା କରିଥିଲେ ଆତଙ୍କୀ । ନିହତ ଅନୁପ୍ରବେଶକାରୀଙ୍କ ମଧ୍ୟରେ ଆତଙ୍କବାଦୀ ଗୋଷ୍ଠୀ ଅଲ-ବଦ୍ରର ଆତଙ୍କବାଦୀମାନେ ମଧ୍ୟ ଥିଲେ । ୫ ଫେବୃଆରୀ ୨୦୨୫ରେ ଲାହୋରରେ ଏକ ରାଲିରେ, ଆତଙ୍କବାଦୀ ହାଫିଜ୍ ସଇଦର ପୁଅ ତଲହା ସଇଦ ଭାରତ ବିରୁଦ୍ଧରେ ଏକ ଉତ୍ତେଜନାପୂର୍ଣ୍ଣ ବୟାନ ଦେଇଥିଲା । ସେ କାଶ୍ମୀରକୁ ମୁକ୍ତ କରିବା ସମେତ ଅନେକ କଥା କହିଥିଲା । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ସମସ୍ତ ସୁରକ୍ଷା ଏଜେନ୍ସିକୁ ଜମ୍ମୁ ଏବଂ କାଶ୍ମୀରରେ ଶୂନ୍ୟ ଅନୁପ୍ରବେଶ ଲକ୍ଷ୍ୟ ହାସଲ କରିବା ପାଇଁ ଆତଙ୍କବାଦ ବିରୋଧରେ ଲଢ଼େଇକୁ ତୀବ୍ର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+