ସୁରକ୍ଷାକର୍ମୀଙ୍କ ବଡ ସଫଳତା ; ଏନକାଉଣ୍ଟରରେ ଟଳିଲେ ୩ ନକ୍ସଲ
ମହାରାଷ୍ଟ୍ରର ଗଡଚିରୋଲିରେ ପୁଲିସ ଓ ନକ୍ସଲ ଭିତରେ ଗୁଳିବିନିମୟ ହୋଇଛି। ଏଥିରେ ପୁଲିସ ଗୁଳିରେ ତିନି ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ମୃତ ନକ୍ସଲଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି।

ଗଡଚିରୋଲି ହେଉଛି ମହାରାଷ୍ଟ୍ରର ନକ୍ସଲ ପ୍ରଭାବିତ ଅଞ୍ଚଳ ମଧ୍ୟରୁ ଗୋଟିଏ। ଏଠାରେ ନକ୍ସଲମାନେ ଲୁଚି ରହିଥିବା ସୂଚନା ପାଇବା ପରେ ସୁରକ୍ଷାକର୍ମୀଙ୍କ ତରଫରୁ ସର୍ଚ୍ଚ ଅପରେସନ କରାଯାଇଥିଲା। ଏହି ସମୟରେ ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ କରିଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିମାଡରେ ୩ ଜଣ ନକ୍ସଲ ନିହତ ହୋଇଛନ୍ତି।
ଘଟଣାସ୍ଥଳରୁ ଏକେ-୪୭, ଗୋଟିଏ କାର୍ବାଇନ ବନ୍ଧୁକ, ରାଇଫଲ ସମେତ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ମୃତ ତିନି ଜଣଙ୍କ ମଧ୍ୟରେ ଜଣେ ଟପ୍ ମାଓ କମାଣ୍ଡର ଥିବା ପୁଲିସ ସୂଚନା ଦେଇଛି। ମାଓ କମାଣ୍ଡର ବାସୁ ଏନ୍କାଉଣ୍ଟରରେ ନିହତ ହୋଇଥିବା ପୁଲିସ କହିଛି।












Click it and Unblock the Notifications