ମମତାଙ୍କୁ ଜୋରଦାର ଝଟକା, SIR ପାଇଁ ପଶ୍ଚିମବଙ୍ଗରେ ୫୮ ଲକ୍ଷ ଭୋଟର ପଡ଼ିଲେ ବାଦ

ଏସ୍‌ଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ)ପ୍ରକ୍ରିୟା ପରେ ନିର୍ବାଚନ କମିସନ (ଇସି)ଙ୍କ ପକ୍ଷରୁ ମଙ୍ଗଳବାର ପଶ୍ଚିମବଙ୍ଗ, ରାଜସ୍ଥାନ, ଗୋଆ, ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ଓ ଲାକ୍ଷାଦ୍ବୀପ ପାଇଁ ଚିଠା ଭୋଟର ତାଲିକା ଜାରି କରାଯାଇଛି। ଜାରି ତାଲିକା ଅନୁଯାୟୀ ପଶ୍ଚିମବଙ୍ଗରେ ୫୮ ଲକ୍ଷ ଲୋକ ଭୋଟର ବାଦ ପଡିଛନ୍ତି। ସେହିପରି ରାଜସ୍ଥାନରେ ୪୨ ଲକ୍ଷ, ଗୋଆରେ ୧୦ଲକ୍ଷ, ପୁଡୁଚେରୀରେ ୧ଲକ୍ଷ ଓ ଲାକ୍ଷାଦ୍ବୀପରେ ୧୫୦୦ ଭୋଟରଙ୍କୁ ଚିଠା ତାଲିକାରୁ ବାଦ୍ ଦିଆଯାଇଛି। ପଶ୍ଚିମବଙ୍ଗରେ ବାଦ୍ ପଡିଥିବା ଭୋଟରଙ୍କ ମଧ୍ୟରୁ ୨୪ ଲକ୍ଷଙ୍କୁ ମୃତ ଦର୍ଶାଯାଇଥିବା ବେଳେ ୧୯ ଲକ୍ଷ ଅନ୍ୟତ୍ର ସ୍ଥାନାନ୍ତର ହୋଇଛନ୍ତି। ୧୨ ଲକ୍ଷ ଭୋଟରଙ୍କ ପତ୍ତା (ନିଖୋଜ) ମିଳୁନଥିବାବେଳେ ୧.୩ ଲକ୍ଷ ଡୁପ୍ଲିକେଟ୍‌ (ନକଲି) ଭୋଟର ରହିଛନ୍ତି। ଚିଠା ତାଲିକା ଜାରି କରାଯିବା ଦ୍ବାରା ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଏସଆଇଆର ଅଭିଯାନ ଶେଷ ହୋଇଛି।

mamata

ଯେଉଁ ଭୋଟରଙ୍କ ନାମ ଭୁଲବଶତଃ ତାଲିକାରୁ ବାଦ ପଡିଛି, ସେମାନେ ଇସିଙ୍କ ନିକଟରେ ଲିଖିତ ଅଭିଯୋଗ କରିବାକୁ କୁହାଯାଇଛି। ଅଭିଯୋଗର ଶୁଣାଣି ପରେ ଆସନ୍ତାବର୍ଷ ଫେବୃଆରୀରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ। ଚୂଡାନ୍ତ ତାଲିକା ପ୍ରକାଶ ପାଇବା ପରେ ହିଁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ୨୦୦୨ରେ ପଶ୍ଚିମବଙ୍ଗରେ ଶେଷ ଥର ପାଇଁ ଏସଆଇଆର ହୋଇଥିଲା। ବର୍ତ୍ତମାନ ୫୮ ଲକ୍ଷ ଭୋଟର ତାଲିକାରୁ ବାଦ ପଡିଥିବାରୁ ରାଜ୍ୟରେ କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ସମାଲୋଚନା କରାଯାଇଛି। ଟିଏମ୍‌ସି ସାଂସଦ ସୌଗତ ରାୟ ଏହାକୁ ଅନ୍ୟାୟ ବୋଲି କହିଥିବାବେଳେ ମମତା ବାନାର୍ଜୀଙ୍କ ସରକାରକୁ ଗାଦିଚ୍ୟୁତ କରିବାକୁ ବିଜେପି ଷଡଯନ୍ତ୍ର ଚଳାଇଥିବା କହିଛନ୍ତି। ଯେଉଁମାନଙ୍କ ନାମ ବାଦ ପଡିଛି, ସେମାନଙ୍କୁ ସହାୟତା କରିବାକୁ ଟିଏମ୍‌ସି ପକ୍ଷରୁ 'ଭୋଟର ସହାୟତା ବୁଥ୍‌' ଖୋଲାଯାଇଛି। ମୁଖ୍ୟମନ୍ତ୍ରୀ ମମତାଙ୍କ ନିର୍ବାଚନ ମଣ୍ଡଳୀ ଭବାନୀପୁରରେ ୪୪ ହଜାର ଭୋଟର ବାଦ ପଡିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+