Get Updates
Get notified of breaking news, exclusive insights, and must-see stories!

ଆୟୁର୍ବେଦ କେବଳ ଏକ ଚିକିତ୍ସା ନୁହେଁ, ଏହା ଆମକୁ ବଞ୍ଚିବାର ବାଟ ଦେଖାଇଥାଏ: ପ୍ରଧାନମନ୍ତ୍ରୀ

ଆୟୁର୍ବେଦ କେବଳ ଏକ ଚିକିତ୍ସା ନୁହେଁ, ଏହା ଆମକୁ ବଞ୍ଚିବାର ବାଟ ଦେଖାଇଥାଏ: ପ୍ରଧାନମନ୍ତ୍ରୀ

ଗୋଆ: ୧୧ ଡିସେମ୍ବର ୨୦୨୨ ରବିବାର ଦିନ ଗୋଆର ତିନୋଟି ଆୟୁଷ ଡାକ୍ତରଖାନାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିରେ ଗୋଆର ଆୟୁର୍ବେଦ, ଗାଜିଆବାଦରେ ୟୁନାନି ମେଡିସିନ୍ ଏବଂ ଦିଲ୍ଲୀର ହୋମିଓପାଥି ଅନ୍ତର୍ଭୁକ୍ତ ରହିଛି । ପ୍ରଧାନମନ୍ତ୍ରୀ ମୋଦି ଗୋଆର ରାଜଧାନୀ ପାଣାଜୀରେ ପହଞ୍ଚି ସେଠାରେ ନବମ ବିଶ୍ୱ ଆୟୁର୍ବେଦ କଂଗ୍ରେସର (WAC)ସମାରୋହରେ ଯୋଗ ଦେଇଥିଲେ ।

ନବମ ବିଶ୍ୱ ଆୟୁର୍ବେଦ କଂଗ୍ରେସର (WAC)ର ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ AIIMSର ଆୟୁଷ ହସ୍ପିଟାଲର ଉଦଘାଟନ କରିଛନ୍ତି । ଏହା ସହିତ ସେ ଉତ୍ତରପ୍ରଦେଶର ୟୁନାନି ମେଡିସିନ୍ ଏବଂ ଦିଲ୍ଲୀର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋମିଓପାଥିର ଉଦଘାଟନ କରିଥିଲେ ।

modi

ତେବେ ଏହି ଅବସରରେ ସେ କହିଛନ୍ତି ଯେ, ଆୟୁର୍ବେଦିକ ପୂର୍ବରୁ ଅବହେଳିତ ବିବେଚିତ ହେଉଥିଲା ହେଲେ ଆଜି ଆୟୁର୍ବେଦ ସମଗ୍ର ମାନବିକତା ପାଇଁ ଏକ ନୂତନ ଆଶା ସୃଷ୍ଟି କରିଛି । ଆୟୁର୍ବେଦର ଫଳାଫଳ ସହିତ ଏହାର ପ୍ରଭାବ ମଧ୍ୟ ଥିଲା, କିନ୍ତୁ ପ୍ରମାଣ ଦୃଷ୍ଟିରୁ ଆମେ ପଛରେ ରହିଥିଲୁ । ତେଣୁ, ଆଜି ଆମକୁ 'ଡାଟା ଆଧାରିତ ପ୍ରମାଣ' ର ଡକ୍ୟୁମେଣ୍ଟେସନ୍ କରିବାକୁ ପଡିବ । ସେ ଆହୁରି କହିଛନ୍ତି ଯେ, ଆୟୁର୍ବେଦ କେବଳ ଏକ ଚିକିତ୍ସା ନୁହେଁ, ଏହା ଆମକୁ ଜୀବନ ବଞ୍ଚିବାର ବାଟ ମଧ୍ୟ ଦେଖାଇଥାଏ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆୟୁର୍ବେଦ ଆମକୁ ଶିକ୍ଷା ଦେଇଥାଏ ଯେ, ହାର୍ଡୱେୟାର-ସଫ୍ଟୱେୟାର ପରି ଆମ ଶରୀର ଏବଂ ମନ ମଧ୍ୟ ଏକତ୍ର ସୁସ୍ଥ ରହିବା ଉଚିତ, ସେମାନଙ୍କ ମଧ୍ୟରେ ସମନ୍ୱୟ ରହିବା ଉଚିତ। ଆୟୁର୍ବେଦର ବଢୁଥିବା ଲୋକପ୍ରିୟତା ଯୋଗ ପର୍ଯ୍ୟଟନରେ ମଧ୍ୟ ସହାୟକ ହୋଇଥାଏ । ବିଶ୍ୱରେ ୩୦ରୁ ଅଧିକ ଦେଶ ଆୟୁର୍ବେଦକୁ ପାରମ୍ପାରିକ ଔଷଧର ମାନ୍ୟତା ଦେଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଜ୍ଞାନ, ବିଜ୍ଞାନ ଏବଂ ସଂସ୍କୃତି କ୍ଷେତ୍ରରେ ନିଜର ଅବଦାନ ଏବଂ ସଫଳତା ମାଧ୍ୟମରେ ଭାରତ ବିଶ୍ୱର କଲ୍ୟାଣ ପାଇଁ ପ୍ରତିବଦ୍ଧ । ଭାରତ ଗର୍ବର ସହିତ ଜି -20 ର ଅଧ୍ୟକ୍ଷତା ଗ୍ରହଣ କରିଛି । ଆମେ 'ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ' ପରି ଏକ ଥିମ୍ ରଖିଛୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+