ବ୍ୟାଙ୍କକୁ ଫେରିଛି ଏତିକି ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ , ଆହୁରି ଏତିକି ପ୍ରତିଶତ ଟଙ୍କା ରହିଛି ଫେରିବାକୁ ବାକି

ମୁମ୍ବାଇ : ୯୭.୬୯ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କିଙ୍ଗ ସିଷ୍ଟମ କୁ ଫେରିଥିବା ନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ସୋମବାର କହିଛି । ଲୋକମାନଙ୍କ ପାଖରେ ଏବେ ମଧ୍ୟ ୮,୨୦୨ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ରହିଛି । ଗତବର୍ଷ ମେ' ୧୯ରେ ଆରବିଆଇ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରାଗଲା ବୋଲି ଘୋଷଣା କରିଥିଲା । ଆରବିଆଇ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଛି ଯେ ଯେବେ ୨ ହଜାର ଟଙ୍କିଆ ନୋଟ୍ ଫେରାଇ ନେବାକୁ ଘୋଷଣା କଲା ସେତେବେଳେ ବଜାରରେ ୩.୫୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନରେ ଥିଲା ଓ କିନ୍ତୁ ୨୯ ମାର୍ଚ୍ଚ ୨୦୨୪ ସୁଦ୍ଧା । ଏହା ହ୍ରାସ ପାଇ ମାତ୍ର ୮୨୦୨ କୋଟି ମୂଲ୍ୟର ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଫେରିବା ବାକି ରହିଛି ।

2000 Currency

ଆରବିଆଇ କହିଛି, ୧୯ ମେ, ୨୦୨୩ରେ, ୯୭.୬୯ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ ଫେରସ୍ତ ଆସିଥିଲା । ବର୍ତମାନ କେବଳ ୨.୩୧ ପ୍ରତିଶତ ନୋଟ୍ ଫେରସ୍ତ ଆସି ନାହିଁ । ଟଙ୍କା ଫେରସ୍ତ ପାଇଁ ୨୦୨୩ ମେ ୧୯ ତାରିଖରେ ଅରବିଆଇ ୧୯ଟି ଇଣ୍ଡୋ ଅଫିସ୍ ନୋଟ୍ ଏକ୍ସଚେଞ୍ଜ୍ ଖୋଲିଥିଲା ଓ ଏଥିସହିତ ପୋଷ୍ଟ ଅଫିସ୍ ଜରିଆରେ ମଧ୍ୟ ନୋଟ୍ ଡିପୋଜିଟ୍ କରିପାରିବେ ବୋଲି ଆରବିଆଇ ସେତେବେଳେ କହିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+