୯୩ ତମ ଭାରତୀୟ ବାୟୁସେନା ଦିବସ, ଗାଜିଆବାଦ ହିଣ୍ଡନ୍‌ ଏୟାରବେସ୍‌ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଆଜି ୯୩ ତମ ଭାରତୀୟ ବାୟୁସେନା ଦିବସ । ଏ ଅବସରରେ ୱାର ମୋମରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସିଡିଏସ ଅନୀଲ ଚୌହାନ ଓ ତିନି ସେନା ମୁଖ୍ୟ । ଏୟାରଫୋର୍ସ ଚିଫ ମାର୍ଶାଲ ଏପି ସିଂ, ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, ନୌସେନା ମୁଖ୍ୟ ଆଡମିରାଲ ଦିନେଶ ତ୍ରିପାଠୀ ପ୍ରମୁଖ ୱାର୍ ମୋମରିଆଲରେ ପହଞ୍ଚି ସହିଦ ମାନଙ୍କ ସ୍ମୃତିଚାରଣ କରିଥିଲେ । ସେପଟେ ହିଣ୍ଡନ ଏୟାପ ବେସରେ ବାୟୁସେନା ଦିବସ ପାଳନ କରାଯାଉଛି । ଏ ଅବସରନେ ପରେଡ୍ ସହ ଯୁଦ୍ଧ ବିମାନ ଓ ଯୁଦ୍ଧାସ୍ତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି ।

Air Force Day

ରାଫେଲ, ସୁଖୋଇ, ମିଗ୍-୨୯, ସି-୭ ଗ୍ଲୋବ ମାଷ୍ଟର, ଆକାଶ ମିସାଇଲ, ହରକୁଲେସ ଓ ଆପାଚେ ହ୍ୟାଲିକ୍ୟାପଟର ଭଳି ବାୟୁସେନା ବ୍ୟବହାର କରୁଥିବା ବିଭିନ୍ନ ଯୁଦ୍ଧାସ୍ତ୍ର ପ୍ରଦର୍ଶନ କରାଯାଇଛି । ଏବେ ଅବସର ନେଇଥିବା ମିଗ-୨୧କୁ ବି ବାୟୁସେନା ଦିବସରେ ପ୍ରଦର୍ଶିତ କରାଯାଇଛି । ଗତ ୬ ଦଶନ୍ଧି ଧରି ମିଗ-୨୧ ଭାରତୀୟ ବାୟୁସେନାକୁ ସେବା ଯୋଗାଇ ଆସିଛି । ହିଣ୍ଡନ ଏୟାର ବେସ୍ ପ୍ରତିରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ଏୟାରବେସ୍ ହୋଇଥିବା ବେଳେ, ବାୟୁସେନାର ବହୁ ଅପରେସନ ଏଠାରୁ ହିଁ କରାଯାଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+