ମହଙ୍ଗା ପଡିଲା ହଟ୍ଟଗୋଳ, ଶୀତ ଅଧିବେଶନରୁ ୯୨ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ : ଲୋକସଭା ପରେ ରାଜ୍ୟସଭାରୁ ନିଲମ୍ବିତ ହେଲେ ୪୫ ସାଂସଦ। ଲଗାତାର ଭାବେ କଂଗ୍ରେସ ସାଂସଦମାନେ ଗୃହରେ ହଟ୍ଟଗୋଳ କରିବାରୁ ଆଜି ତିନି ଥର ଗୃହ ମୁଲତବୀ ରହିଥିଲା । ବିରୋଧୀଦଳ ଦାବି କରିଥିଲେ ଯେ ଅମିତ ଶାହା ଏହି ପ୍ରସଙ୍ଗରେ ଗୃହରେ ଏକ ବିବୃତ୍ତି ଦିଅନ୍ତୁ ଏବଂ ଏହାକୁ ନେଇ ଆଲୋଚନା କରାଯାଉ । ବିଶୃଙ୍ଖଳିତ ଆଚରଣ ଓ ଗୃହ କାର୍ଯ୍ୟରେ ବାରମ୍ବାର ବାଧା ସୃଷ୍ଟି କରୁଥିବା ଗୃହର ସଭାପତ ଜଗଦୀପ ଧନଖଡ଼ ସେମାନଙ୍କୁ ନିଲମ୍ବିତ କରିଛନ୍ତି । ଶେଷରେ ୪୫ ଜଣ ସାଂସଦଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀଶ ଧଡଖଡ। କିଛି ସମୟ ପୂର୍ବରୁ ଲୋକସଭାରୁ ୩୪ ଜଣ ସାଂସଦ ନିଲମ୍ବିତ ହୋଇଥିଲେ ।

parlament

ଆଜି ଉଭୟ ଗୃହରୁ ମୋଟ ୭୯ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି। ରିପୋର୍ଟ ଅନୁସାରେ, ଚଳିତ ବର୍ଷ ଶୀତ ଅଧିବେଶନରେ ଉଭୟ ଗୃହରୁ ୯୨ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି ।ସଂସଦର ସୁରକ୍ଷାରେ ତ୍ରୁଟିକୁ ନେଇ ଗୃହରେ ପ୍ରବଳ ହଙ୍ଗାମା କରୁଛନ୍ତି ବିରୋଧୀ। ଡିସେମ୍ବର ୧୪ରେ ୧୩ ଜଣ ଲୋକସଭା ସାଂସଦ ଏବଂ ଜଣେ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା। ଗୃହରେ "ଅସାମ୍ବିଧାନିକ ଆଚରଣ" ଅଭିଯୋଗରେ ସେମାନେ ନିଲମ୍ବିତ ହୋଇଥିଲେ। ବର୍ତ୍ତମାନ ସମାନ ଅଭିଯୋଗରେ ଆଉ ୪୫ ସାଂସଦ ରାଜ୍ୟସଭାରୁ ନିଲମ୍ବିତ ହୋଇଛନ୍ତି।

ଗୃହରେ ହଟ୍ଟଗୋଳ ସମୟରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦିଶ ଧନଖଡ ସାଂସଦମାନେ ଗୃହର ନିୟମ ଅନୁଯୟୀ ଆଚରଣ କରିବା ଉଚିତ୍ ବୋଲି କହିଥିଲେ। ଏଥିସହ ସାଂସଦମାନେ ନିଜକୁ ଦଙ୍ଗାକାରୀ କରନ୍ତୁ ନାହିଁ ବୋଲି ଅଧ୍ୟକ୍ଷ କହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+