Get Updates
Get notified of breaking news, exclusive insights, and must-see stories!

ବିଶ୍ୱକୁ ନେତୃତ୍ୱ ଦେବା କ୍ଷେତ୍ରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରମୁଖ ଭୂମିକା ଗ୍ରହଣ କରିଛି ; ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ଭାରତକୁଏକ ବୈଶ୍ୱିକ ନେତୃତ୍ୱ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଡିଜିଟାଲ ନେଣଦେଣ କ୍ଷେତ୍ରରେ ଦେଶକୁ ଏକ ଅତ୍ୟାଧୁନିକ ସ୍ତରରେ ପହଞ୍ଚାଇବା ପାଇଁ ଆର୍‍ବିଆଇର ଭୂମିକା ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି । ମୁମ୍ବାଇଠାରେ ଚାଲିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ତମ ବାର୍ଷିକ ସମ୍ମିଳନୀର ଉଦ୍‍ଯାପନୀ ସମାରୋହରେ ଯୋଗଦେବା ଅବସରରେ ରାଷ୍ଟ୍ରପତି କହିଛନ୍ତି ସେଣ୍ଟ୍ରାଲ ବ୍ୟାଙ୍କ ଗତ ୯ ଦଶନ୍ଧି ଧରି ସରକାରଙ୍କ ବିଭିନ୍ନ ନୀତି ଏବଂ ଦୂରଦୃଷ୍ଟିକୁ ନେଇ ତା'ର ଯାତ୍ରା ଚଳାଇଛି ।

rbi

ଆସନ୍ତା ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟକୁ ହାସଲ କରିବା ପାଇଁ ଆର୍‍ବିଆଇର ଅବଦାନ ଅନେକ ରହିଛି ବୋଲି ସେ କହିଛନ୍ତି । ଦେଶର ଅର୍ଥନୈତିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଏହା ସହ ଜଡିତ ପ୍ରମୁଖ ପ୍ରତିଷ୍ଠାନ ନାବାର୍ଡ, ଆଇଡିବିଆଇ ଏବଂ ନ୍ୟାସନାଲ ହାଉସିଂ ବ୍ୟାଙ୍କ ଆଦିକୁ ଅର୍ଥନୈତିକ କ୍ଷମତା ଦେବାରେ ଆର୍‍ବିଆଇ ଚେଷ୍ଟା ଚଳାଇଛି । ଏହି ଅର୍ଥନୈତିକ ଅନୁଷ୍ଠାନ ଗୁଡ଼ିକ ଦେଶର କୃଷି, କ୍ଷୁଦ୍ର ବ୍ୟବସାୟ ଏବଂ ଗୃହନିର୍ମାଣ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ନିରବଚ୍ଛିନ୍ନ ସହାୟତା ପ୍ରଦାନ କରୁଛନ୍ତି ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଉଲ୍ଲେଖ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+