ରାଜଧାନୀରେ ଚାଞ୍ଚଲ୍ୟ: ଦୁଷ୍କର୍ମ ପରେ ହତ୍ୟା ! ଶୁଟ୍କେସରୁ ମିଳିଲା ନାବାଳିକାର ମୃତଦେହ
ରାଜଧାନୀ ନୂଆଦିଲ୍ଲୀରେ ଚାଞ୍ଚଲ୍ୟ। ଜଣେ ୯ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଉତ୍ତର-ପୂର୍ବ ଦିଲ୍ଲୀର ହୟାଲପୁର ଅଞ୍ଚଳରେ । ସୁଟ୍ କେସ୍ ମଧ୍ୟରୁ ପୀଡିତା ନାବାଳିକାକୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଥିବା ଜଣାପଡିଛି । ଏହା ପରେ ପରିବାର ଲୋକେ ନାବାଳିକାକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତା'କୁ ମୃତ ଘୋଷଣା କରିଥିଲେ । ଯାହାପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଦିଲ୍ଲୀ ପୁଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଜୁନ୍ ୭ ତାରିଖ ରାତି ୮ଟା ୪୧ ମିନିଟରେ ଏକ ପିସିଆର୍ କଲ୍ ଆସିଥିଲା, ଯେଉଁଥିରେ ସୂଚନା ଦିଆଯାଇଥିଲା ଯେ ନେହେରୁ ବିହାରରେ ଏକ ସୁଟକେସ୍ ଭିତରେ ଜଣେ ନାବାଳିକା ଝିଅ ମିଳିଛି ।
ସୂଚନା ପାଇବା ମାତ୍ରେ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ଝିଅର ବାପା ତାଙ୍କୁ ଜେପିସି ହସ୍ପିଟାଲକୁ ନେଇଯାଇଥିଲେ, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଝିଅର ବୟସ ପ୍ରାୟ ୯ ବର୍ଷ। ଡାକ୍ତରମାନେ କହିଛନ୍ତି ଯେ ଝିଅର ମୁହଁରେ ଅନେକ ଆଘାତ ଚିହ୍ନ ଅଛି। ଏହି ସମୟ ମଧ୍ୟରେ ଡାକ୍ତରମାନେ ଝିଅ ଉପରେ ଯୌନ ନିର୍ଯାତନା ସନ୍ଦେହ କରିଛନ୍ତି ।
ପୁଲିସର ସୂଚନା ଅନୁଯାୟୀ, ଝିଅଟିର ବାପା ନେହେରୁ ବିହାରର ଲେନ୍ ନମ୍ବର ୨ରେ ଥିବା ଦୟାଲପୁରରେ ଏକ ସୁଟକେସ୍ ଭିତରେ ଝିଅଟିକୁ ଅଚେତ ଅବସ୍ଥାରେ ପାଇଥିଲେ। ପୋଲିସ ସନ୍ଦେହ କରୁଛି ଯେ ଅଭିଯୁକ୍ତ ଝିଅଟିର ମୃତଦେହକୁ ଏକ ସୁଟକେସରେ ଲୁଚାଇ ରଖି କୌଣସି ସ୍ଥାନରେ ଫିଙ୍ଗି ଦେବାକୁ ଚେଷ୍ଟା କରୁଥିଲା।

କିନ୍ତୁ ସ୍ଥାନୀୟ ଲୋକମାନେ ପୋଲିସକୁ ଡାକିଥିଲେ । ଯାହା ପରେ ଅଭିଯୁକ୍ତ ଖସି ପଳାଇଗଲା। ବର୍ତ୍ତମାନ, ପୁଲିସ ଘଟଣାର ତଦନ୍ତ କରୁଛି । ପୁଲିସ ଦୟାଲପୁର ଥାନାରେ ବିଏନଏସ ଓ ୬ ପୋକ୍ସୋ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।












Click it and Unblock the Notifications