କର୍ଣ୍ଣାଟକରେ ଭୟଙ୍କର ସଡକ ଦୁର୍ଘଟଣା: 9 ମୃତ, 12 ଗୁରୁତର
କର୍ଣ୍ଣାଟକ ତୁମାକୁରୁ ଜିଲ୍ଲାରେ ଟ୍ରକ ଓ କ୍ରୁଜର ମଧ୍ୟରେ ମୁହାଁମୁହିଁ ଧକ୍କା । ଫଳରେ 9 ଜଣଙ୍କ ମୃତ ଓ 12 ଜଣ ଗୁରୁତର ଆହତ । ଆହତମାନଙ୍କୁ ଜିଲ୍ଲାର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ବେଙ୍ଗାଲୁରୁ: କର୍ଣ୍ଣାଟକ ତୁମାକୁରୁ ଜିଲ୍ଲାରେ ଟ୍ରକ ଓ କ୍ରୁଜର ମଧ୍ୟରେ ମୁହାଁମୁହିଁ ଧକ୍କା । ଫଳରେ 9 ଜଣଙ୍କ ମୃତ ଓ 12 ଜଣ ଗୁରୁତର ଆହତ । ଆହତମାନଙ୍କୁ ଜିଲ୍ଲାର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୁଧବାର ବିଳମ୍ବିତ ରାତିରେ ଟୁମକୁର ଜିଲ୍ଲା ଅନ୍ତର୍ଗତ ଶିରା ତାଲୁକା ବଲେନାହାଲ୍ଲି ଗେଟ୍ ନିକଟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ସମସ୍ତ ମୃତକମାନେ ରାଇଚୁର ଜିଲ୍ଲା ନିବାସୀ । ସେମାନେ କାମ ସନ୍ଧାନରରେ କ୍ରୁଜର ଯୋଗେ ରାଇଚୁରରୁ ବେଙ୍ଗାଲୁରୁ ସହର ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି ।

ସୂଚନା ଅନୁସାରେ, କ୍ରୁଜରରେ ମୋଟ 20 ଜଣ ଯାତ୍ରୀ ଥିଲେ । ଯାତ୍ରୀମାନେ ଦିନ ମଜୁରିଆ ଥିବାରୁ କାମ ପାଇଁ ବେଙ୍ଗାଲୁରୁ ଯାଉଥିବା ବେଳେ ଶିରା ତାଲୁକା ନିକଟ ଜାତୀୟ ରାଜପଥରେ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ କ୍ରୁଜର ସହ ଧକ୍କା ହୋଇଥିଲା । ଏହି ଘଟଣା ନେଇ ସ୍ଥାନୀୟ କାଲ୍ଲେମବେଲ୍ଲା ଥାନାରେ ଏକ ଏତଲା ଦାୟର ହୋଇଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ ଏନେଇ ତଦନ୍ତ କରୁଛି ପୋଲିସ । ଏହି
ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ଆହତଙ୍କ ସୁସ୍ଥତା କାମନା କରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାର ପିଛା 2 ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ 50 ହଜାର ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ମଧ୍ୟ ଟ୍ବିଟ୍ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।












Click it and Unblock the Notifications