Get Updates
Get notified of breaking news, exclusive insights, and must-see stories!

ଛତିଶଗଡ଼ରେ ୯ ଜଣ ଟ୍ରାନ୍ସଜେଣ୍ଡରଙ୍କୁ ମିଳିଲା ପୁଲିସରେ ନିଯୁକ୍ତି

Chhattisgarh Police: Chhattisgarh Police Is Setting Examples In Gender Diversityଛତିଶଗଡ଼ରେ ୯ ଜଣ ଟ୍ରାନ୍ସଜେଣ୍ଡରଙ୍କୁ ମିଳିଲା ପୁଲିସରେ ନିଯୁକ୍ତି

ରାୟପୁର: ଟ୍ରାନ୍ସଜେଣ୍ଡରଙ୍କୁ ମିଳିଲା ପୁଲିସ ଚାକିରୀ । ୯ ଜଣ ଟ୍ରାନ୍ସଜେଣ୍ଡରଙ୍କୁ ପୁଲିସରେ ନିଯୁକ୍ତି ଦେଲେ ଛତିଶଗଡ଼ ସରକାର । ମାଓବାଦୀଙ୍କୁ ମୁକାବିଲା ପାଇଁ ବସ୍ତର 'ଫାଇଟ୍‌ ସ୍କିମ' ଅଧିନରେ ଏମାନଙ୍କୁ ଚୟନ କରାଯାଇଛି । ଛତିଶଗଡ଼ ପୁଲିସ ନିଯୁକ୍ତିରେ ମୋଟ୍ ୨୧୦୦ କନଷ୍ଟେବଳ ଚୟନ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୯ ଜଣ ଟ୍ରାନ୍ସଜେଣ୍ଡରଙ୍କୁ ସ୍ଥାନ ମିଳିଛି । ରାଜ୍ୟରେ ପ୍ରଥମ ଥର ବସ୍ତର ରେଞ୍ଜରେ ନିୟୋଜନ ପାଇଁ ଟ୍ରାନ୍ସଜେଣ୍ଡରଙ୍କୁ ନିଯୁକ୍ତି ଦିଆଯାଇଛି । ଯାହା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଓ ରାଜ୍ୟରେ ମଧ୍ୟ ଏକ ନୂତନ ଦିଗ ସୃଷ୍ଟି କରିବ ବୋଲ ଆଶା ରଖାଯାଇଛି ।

transgender

ପୁଲିସରେ ନିଯୁକ୍ତି ପାଇଥିବା ଟ୍ରାନ୍ସଜେଣ୍ଡରଙ୍କ ମଧ୍ୟରେ ୮ ଜଣ କାନକର ଜିଲ୍ଲାର ଏବଂ ଜଣେ ବସ୍ତର ଜିଲ୍ଲାର ବୋଲି ବସ୍ତର ରେଞ୍ଜ ଇନ୍ସପେକ୍ଟର ଜେନେରାଲ୍ ସୁନ୍ଦରରାଜ ପି.ସୂଚନା ଦେଇଛନ୍ତି । ତେବେ ରାଜ୍ୟ ପୁଲିସରେ ପ୍ରଥମ ଥର ଟ୍ରାନ୍ସଜେଣ୍ଡରଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ତାଙ୍କ ପାଇଁ ପୁଲିସ ସେବାରେ ଏକ ଅନୁକୂଳ କାର୍ଯ୍ୟ ବାତାବରଣ ସୃଷ୍ଟି କରାଯିବ । କୌଣସସି ପ୍ରକାର ଭେଦଭାବ ଯେପରି ସୃଷ୍ଟି ହେଉ ସେ ଦିଗ ପ୍ରତି ମଧ୍ୟ ଧ୍ୟାନ ଦିଆଯିବ । ନିଯୁକ୍ତି ପ୍ରକ୍ରିୟା ପରେ ସମସ୍ତଙ୍କୁ ରାୟପୁରର ପୋଲିସ୍ ଟ୍ରେନିଂ ସ୍କୁଲ ମାନାରେ ତାଲିମ୍ ଦିଆଯିବ । ତେବେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ସରକାର ନକ୍ସଲ ମୁକାବିଲା ପାଇଁ ଏକ ପୃଥକ ଶକ୍ତି 'ବସ୍ତର ଫାଇଟର୍ସ' ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+