ପାକିସ୍ତାନର ପେଶାୱରରେ ବୋମା ବିସ୍ଫୋରଣ, ୯ ଜଣଙ୍କର ମୃତ୍ୟୁ

ପାକିସ୍ତାନର ପେଶାୱରରେ ବୋମା ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଥିବା ଜଣାପଡିଛି । ଆହତମାନେ ସୁରକ୍ଷାକର୍ମୀ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ସୁରକ୍ଷା ବାହିନୀକୁ ଟାର୍ଗେଟ କରିବା ପାଇଁ ବିସ୍ଫୋରଣ ଘଟିଥିଲା । ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ପୋଲିସ ଓ ସୁରକ୍ଷା ଅଧିକାରୀଙ୍କୁ ଲକ୍ଷ୍ୟ କରି ବିସ୍ଫୋରଣ କରାଯାଇଥିଲା ।

pakistan army

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ବିସ୍ଫୋରକ ଉପକରଣଟି ପୋଲିସ ଭ୍ୟାନ ଯାଉଥିବା ରାସ୍ତାରେ ରଖାଯାଇଥିଲା । ବିସ୍ଫୋରଣରେ ଆହତଙ୍କ ଅବସ୍ଥା ଗୁରୁତର ହୋଇଛି । ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ସୁରକ୍ଷା ବାହିନୀ ମୁତୟନ ହେବା ସହ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । ଘଟଣାକୁ ନେଇ ସିନିଅର ସୁପରିଟେଣ୍ଡେଣ୍ଟ ଅଫ ପୋଲିସ ମସୁଦ ବଙ୍ଗଶ କହିଛନ୍ତି, ଘଟଣାର ତଦନ୍ତ କରାଯାଉଛି ଏବଂ ପ୍ରମାଣ ଏକାଠି କରାଯାଉଛି ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୩୦ ତାରିଖରେ ବେଲୁଚିସ୍ତାନର ରାଜଧାନୀ କ୍ୱେଟାରେ ଫ୍ରଣ୍ଟିୟର୍ କର୍ପସ୍ (FC) ମୁଖ୍ୟାଳୟ ନିକଟରେ ବିସ୍ଫୋରଣ ହେବା ଫଳରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୩୨ ଜଣ ଆହତ ହୋଇଥିଲେ । ବିସ୍ଫୋରଣ ସମୟର ଭିଡିଓ ସିସିଟିଭିରେ ନଜର ଆସିଥିଲା । ବିସ୍ଫୋରଣରେ ଆଖପାଖର ଘର ଏବଂ କୋଠାର ଝରକା ଭାଙ୍ଗି ଯାଇଥିଲା । କିନ୍ତୁ ବିସ୍ଫୋରଣର ପ୍ରକୃତ କାରଣ ଅସ୍ପଷ୍ଟ ଏଯାଏଁ ଜଣାପଡିନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+