ଲକ୍ଷ୍ନୌରେ ଟ୍ରାକ୍ଟର ଓଲଟି 9 ମୃତ, 12 ରୁ ଅଧିକ ଆହତ

ଲକ୍ଷ୍ନୌ ନିକଟବର୍ତ୍ତୀ ଇଟୌଜା ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଟ୍ରାକ୍ଟର ନିୟନ୍ତ୍ରଣ ହରାଇ ପୋଖରୀକୁ ଖସିପଡିବାରୁ 9ଜଣଙ୍କ ମୃତ୍ୟୁ ହୋଇଛି ।

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ନିକଟବର୍ତ୍ତୀ ଇଟୌଜାରେ ମର୍ମନ୍ତୁଦ ଦୁର୍ଘଟଣା । ଯାତ୍ରୀ ବୋଝେଇ ଟ୍ରାକ୍ଟର ନିୟନ୍ତ୍ରଣ ହରାଇ ପୋଖରୀକୁ ଖସିପଡିବାରୁ 9 ଜଣଙ୍କ ପ୍ରାଣହାନୀ ହୋଇଛି । ଟ୍ରାକ୍ଟର ଟ୍ରଲିରେ ପ୍ରାୟ 45 ଜଣ ଯାତ୍ରା କରୁଥିବା ଜଣାପଡିଛି । ଆସନା ଅଞ୍ଚଳରେ ରାସ୍ତାରେ ଯାଉଥିବା ଟ୍ରାକ୍ଟରଟି ଭାରସାମ୍ୟ ହରାଇ ପୋଖରୀକୁ ଖସିପଡିଥିଲା ।

accident

ସୂଚନା ପାଇ ଘଟଣା ସ୍ଥଳରେ ରେସ୍କ୍ୟୁ ଟିମ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକଙ୍କ ସମେତ 34 ଜଣଙ୍କୁ ପୋଖରୀରୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଯାତ୍ରୀମାନେ କୌଣସି ଏକ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଟ୍ରାକ୍ଟର ଡାଲାରେ ଯାତ୍ରା କରୁଥିଲେ । ବର୍ତ୍ତମାନ ସୁଦ୍ଧା କେହି ନିଖୋଜ ଥିବା ନେଇ କୌଣସି ସ୍ପଷ୍ଟ ସୂଚନା ମଧ୍ୟ ମିଳିପାରିନାହିଁ । ପୋଲିସ ପୋଲିସ ଆଇଜି ଲକ୍ଷ୍ମୀ ସିଂ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥି ସହିତ ପ୍ରାଥମିକ ତଦନ୍ତ ମଧ୍ୟ ଜାରି ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+