UCC ଲାଗୁ ହେବାର 9 ଦିନ ପରେ ଉତ୍ତରାଖଣ୍ଡରେ ପଞ୍ଜୀକୃତ ହେଲେ ପ୍ରଥମ ଲିଭ-ଇନ ଦମ୍ପତି
ଜାନୁଆରୀ ୨୭ ତାରିଖରେ ଉତ୍ତରାଖଣ୍ଡ ୟୁନିଫର୍ମ ସିଭିଲ୍ କୋଡ୍ (UCC) ଲାଗୁ କରିବାର ନଅ ଦିନ ପରେ, ପ୍ରଥମ ଲିଭ-ଇନ୍ ଦମ୍ପତି ନୂତନ ଆଇନ ଅନୁଯାୟୀ ସଫଳତାର ସହ ପଞ୍ଜୀକରଣ କରିଛନ୍ତି। ଯେତେବେଳେ କି ସରକାରୀ ୱେବସାଇଟ୍ ଅନୁଯାୟୀ ଅନ୍ୟ ଦୁଇଟି ଆବେଦନ ବର୍ତ୍ତମାନ ସମୀକ୍ଷାାଧୀନ ରହିଛି। ମଙ୍ଗଳବାର ଡେରାଡୁନସ୍ଥିତ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ନୂଆ ଆଇନ ଅନୁସାରେ ସେମାନଙ୍କ ନାଁ ପଞ୍ଜୀକୃତ ହୋଇଛି।
ମଙ୍ଗଳବାର ଡେରାଡୁନସ୍ଥିତ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ନୂଆ ଆଇନ ଅନୁସାରେ ସେମାନଙ୍କ ନାଁ ପଞ୍ଜୀକୃତ ହୋଇଛି। ଗତ ଜାନୁୟାରୀ ୨୭ ତାରିଖରେ ଉତ୍ତରାଖଣ୍ଡ ସରକାର ରାଜ୍ୟରେ ସମାନ ନାଗରିକ ସଂହିତା ଲାଗୁ କରିଥିଲେ। ଏହି ନୂଆ ଆଇନ ଅନୁସାରେ ରାଜ୍ୟରେ କୌଣସି ଯୁବତୀ ଯୁବକ ବିନା ପଞ୍ଜୀକରଣରେ ଲିଭ-ଇନ ସମ୍ପର୍କରେ ରହିପାରିବେ ନାହିଁ। ସେମାନଙ୍କୁ ସରକାରୀ କାର୍ଯ୍ୟାଳୟରେ ନିଜ ନାମ ପଞ୍ଜୀକରଣ କରିବାକୁ ହେବ। ଯାହାର ତଥ୍ୟ ସେମାନଙ୍କ ଅଭିଭାବକଙ୍କ ନିକଟକୁ ପଠାଯିବ।

ସେହିପରି ୟୁସିସିରେ ଆହୁରି ଅନେକ ପ୍ରାବଧାନ ରହିଛି। ତେବେ ରାଜ୍ୟରେ ୟୁସିସି ଲାଗୁ ହେବା ପରେ ୩ ଲିଭ-ଇନ ଦମ୍ପତି ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ଦମ୍ପତିଙ୍କ ନାଁ ପଞ୍ଜୀକୃତ ହୋଇଛି। ଅନ୍ୟ ଆବେଦନକାରୀଙ୍କ ସମ୍ପର୍କରେ ତଥ୍ୟ ଯାଞ୍ଚ କରାଯିବା ପରେ ପଦକ୍ଷେପ ନିଆଯିବ ବୋଲି ନୋଡାଲ ଅଧିକାରୀ ଅଭିନବ ଶାହ କହିଛନ୍ତି।












Click it and Unblock the Notifications