୮ମ ସେଣ୍ଟ୍ରାଲ ପେ'କମିଶନକୁ ମଞ୍ଜୁରୀ, ଉପକୃତ ହେବେ କେନ୍ଦ୍ର ସରକାରୀ କର୍ମଚାରୀ

8th Pay Commission: କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଉପହାର । ୮ମ ସେଣ୍ଟ୍ରାଲ ପେ'କମିଶନକୁ ମଞ୍ଜୁରୀ ଦେଲେ ପ୍ରଧାନମନ୍ତ୍ରୀ । ଉପକୃତ ହେବେ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀ । ଏନେଇ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସମସ୍ତ ରାଜ୍ୟ ସରକାର ଓ ପିଏସୟୁ ସହ ଆଲୋଚନା ପରେ ମିଳିଲା ମଞ୍ଜୁରୀ ।

8th Pay Commission

ଏହି କମିଶନ ୨୦୨୬ ସୁଦ୍ଧା ଗଠନ ହେବ । ତେବେ କମିଶନଙ୍କ ସୁପାରିସ ଆଧାରରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବେତନ ନିର୍ଦ୍ଧାରଣ କରାଯିବ। ସପ୍ତମ ବେତନ କମିଶନ ସୁପାରିସ ଆଧାରରେ କେନ୍ଦ୍ର ସରକାରୀ କର୍ମଚାରୀ ବେତନ ପାଉଛନ୍ତି । ଏହା ୨୦୨୬ରେ ଲାଗୁ ହୋଇଥିଲା । ସପ୍ତମ ବେତନ ୨୦୨୫ ଡିସେମ୍ବର ୩୧ରେ ଶେଷ ହେବ ।

ଯଦି ଅଷ୍ଟମ ବେତନ କମିଶନରେ ଫିଟମେଣ୍ଟ ଫ୍ୟାକ୍ଟରକୁ ୧.୯୨ କରାଯାଏ, ତେବେ ଏହା ସାହାଯ୍ୟରେ ଦେଶରେ ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୧୮ ହଜାର ଟଙ୍କାରୁ ୩୫,୫୬୦ ଟଙ୍କାକୁ ବୃଦ୍ଧି ପାଇପାରେ। ସେହି ସମୟରେ, ସରକାରୀ ଚାକିରିରୁ ଅବସରପ୍ରାପ୍ତ ପେନସନଭୋଗୀଙ୍କ ସର୍ବନିମ୍ନ ପେନସନ ୧୭,୨୮୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରିବ। କିଛି ଗଣମାଧ୍ୟମ ରିପୋର୍ଟ ଆଧାରରେ, ସରକାର ଅଷ୍ଟମ ବେତନ କମିଶନ ଅଧୀନରେ ୧.୯୨ ର ଏକ ଫ୍ୟାକ୍ଟରରେ ସନ୍ତୁଷ୍ଟ ହୋଇପାରନ୍ତି।

ଷଷ୍ଠ ବେତନ କମିଶନରୁ ସପ୍ତମ ବେତନ କମିଶନକୁ ସ୍ଥାନାନ୍ତରିତ କରିବା ସମୟରେ, ସରକାର ଫିଟମେଣ୍ଟ ଫ୍ୟାକ୍ଟରକୁ କେବଳ୨.୫୭ ରଖିଥିଲେ। ଏହି ଫିଟମେଣ୍ଟ ଫ୍ୟାକ୍ଟର ସାହାଯ୍ୟରେ, କେନ୍ଦ୍ରୀୟ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୭୦୦୦ ଟଙ୍କାରୁ ୧୮ ହଜାର ଟଙ୍କାକୁ ବୃଦ୍ଧି ପାଇଲା। ଏହା ବ୍ୟତୀତ ସର୍ବନିମ୍ନ ପେନସନ ମଧ୍ୟ ୩୫୦୦ ଟଙ୍କାରୁ ୯୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା । କାର୍ଯ୍ୟରତ କର୍ମଚାରୀଙ୍କ ସର୍ବାଧିକ ଦରମା ୨.୫୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା ଏବଂ ପେନସନଭୋଗୀଙ୍କ ପାଇଁ ସର୍ବାଧିକ ପେନସନ ମଧ୍ୟ ୧.୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+