୮୮ ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀରେ ବର୍ଷା, ଅନେକ ସ୍ଥାନରେ ବିଦ୍ୟୁତ୍ କାଟ

ଦିଲ୍ଲୀରେ ପ୍ରବଳ ବର୍ଷା। ୮୮ ବର୍ଷର ରେକର୍ଡ ଭଙ୍ଗ କରିଛି ଜାତୀୟ ରାଜଧାନୀ। ଦିଲ୍ଲୀରେ ଗତ ୮୮ ବର୍ଷ ମଧ୍ୟରେ ଏଭଳି ବର୍ଷା କେବେ ହୋଇନନଥିଲା। ଜାତୀୟ ରାଜଧାନୀରେ ସର୍ବାଧିକ ବର୍ଷା ହେବାର ଗୋଟିଏ ଦିନ ପରେ ଦିଲ୍ଲୀରେ ଶନିବାର ହାଲୁକା ବର୍ଷା ହୋଇଛି।

rain

ରାଜଧାନୀରେ ମୌସୁମୀ ପହଞ୍ଚିବା ପରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆସନ୍ତା ପାଞ୍ଚ ଦିନ ମଧ୍ୟରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ପୂର୍ବାନୁମାନ କରିଛି ଏବଂ ଦିଲ୍ଲୀର କିଛି ଅଂଶ ଜୁଲାଇ ୧ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଶୁକ୍ରବାର ଦିନ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୨୮.୧ ମିଲିମିଟର ବର୍ଷା ରେକର୍ଡ ହୋଇଥିବାରୁ ସହରର ଅନେକ ଅଂଶ ଜଳବନ୍ଦୀ ହୋଇ ରହିଛି ଏବଂ ଅନେକ ଅଞ୍ଚଳରେ ଦୀର୍ଘ ସମୟ ଧରି ବିଦ୍ୟୁତ କାଟ ଘଟିଛି।

ଶନିବାର ଦିଲ୍ଲୀ-ଏନ୍‌ସିଆର୍‌, ଦ୍ବାରକା, ପାଲମ, ବସନ୍ତ ବିହାର, ବସନ୍ତ କୁଞ୍ଜ, ଗୁରୁଗ୍ରାମ, ଫରିଦାବାଦ ଓ ମନେସର ଆଦିର କିଛି ଅଂଶରେ ହାଲୁକା ଏବଂ ମଧ୍ୟମ ତୀବ୍ରତା ସହିତ ବଜ୍ରପାତ ହେବାର ପୂର୍ବାନୁମାନ କରିଛି ଆଇଏମ୍‌ଡି।

ଏହି ବନ୍ୟା ଯୋଗୁଁ ଦିଲ୍ଲୀ-ଏନ୍‌ସିଆର୍‌ର ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଛି। ଯାତ୍ରୀମାନେ ଘୋର ଜଳବନ୍ଦୀ ଓ ଟ୍ରାଫିକ୍ ଜାମ୍‌ର ସମ୍ମୁଖୀନ ହେଉଛନ୍ତି। ତେବେ ବର୍ଷା ଯୋଗୁଁ ଗତ ଦୁଇ ମାସର ପ୍ରବଳ ଗରମରୁ ତ୍ରାହି ମିଳିଥିବା ବେଳେ ଆଜି ସର୍ବନିମ୍ନ ତାପମାତ୍ରା ୨୪.୭ ଡିଗ୍ରି ରେକର୍ଡ କରାଯାଇଛି, ଯାହା ସ୍ବାଭାବିକଠାରୁ ୩.୨ ଡିଗ୍ରି କମ୍। ଏହି ଅଭୂତପୂର୍ବ ବର୍ଷା ସହରର ଭିତ୍ତିଭୂମିରେ ଥିବା ତ୍ରୁଟିକୁ ଦର୍ଶାଇଛି। ଜୁନ୍ ୧୮ରେ ଦିଲ୍ଲୀ ମେୟର ଶେଲି ଓବରୟ ମୌସୁମୀ ପାଇଁ ସହର ପ୍ରସ୍ତୁତ ବୋଲି ଦାବି କରିଥିଲେ ମଧ୍ୟ ମାତ୍ର ଗୋଟିଏ ଦିନର ବର୍ଷା ଦିଲ୍ଲୀ କେତେ ପ୍ରସ୍ତୁତ ତାହା ଜଣାଇଦେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+