ସିଧୁଙ୍କ ପତ୍ନୀଙ୍କ ବିରୋଧରେ ୮୫୦ କୋଟି ଟଙ୍କାର ନୋଟିସ, ଏହି କାରଣ ପାଇଁ
ପୂର୍ବତନ କ୍ରିକେଟର ତଥା ରାଜନେତା ନବଜୋତ୍ ସିଂହ ସିଧୁଙ୍କ ଧର୍ମପତ୍ନୀ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସିଧୁଙ୍କ ପତ୍ନୀ ନବେଜାତ୍ କୌର ବର୍ତ୍ତମାନ କର୍କଟ ରୋଗର ଚତୁର୍ଥ ପର୍ଯ୍ୟାୟରେ ଉପନୀତ ହୋଇଥିବାବେଳେ ସେ ଅତିବେଶିରେ ଆଉ ୪୦ ଦିନ ବଞ୍ଚିବେ ବୋଲି ଡାକ୍ତରମାନେ କହିଥିଲେ।

ଏହାପରେ ସିଧୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ ଯେ ଆୟୁର୍ବେଦ ଔଷଧ ସେବନ କରି ତାଙ୍କ ପତ୍ନୀ କର୍କଟ ରୋଗରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏଭଳି ମିଥ୍ୟା ପ୍ରଚାର ଚଳାଇଥିବାରୁ ଛତିଶଗଡ ସିଭିଲ ସୋସାଇଟି (ସିସିଏସ) ପକ୍ଷରୁ ସିଧୁଙ୍କ ପତ୍ନୀଙ୍କ ବିରୋଧରେ ୮୫୦ କୋଟି ଟଙ୍କାର ନୋଟିସ ଜାରି କରାଯାଇଛି। ସିସିଏସ ଆବାହକ ଡଃ କୁଲଦୀପ ସୋଲାଙ୍କିଙ୍କ କହିବା ଅନୁଯାୟୀ ଏଭଳି ମିଥ୍ୟା ପ୍ରଚାର ଯୋଗୁଁ ଲୋକ ବିଭ୍ରାନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ଏବଂ ଏଲୋପ୍ୟାଥିକ ଚିକିତ୍ସା ଉପରୁ ସେମାନଙ୍କର ଆସ୍ଥା ତୁଟିଯିବ। ଯଦି କର୍କଟ ରୋଗୀ ଆୟୁର୍ବେଦିକ ଚିକିତ୍ସା ପଦ୍ଧତିକୁ ଅନୁସରଣ କରିବେ, ତେବେ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବ ବୋଲି ସେ ସତର୍କ କରାଇଛନ୍ତି। ଯଦି ଆୟୁର୍ବେଦ ଔଷଧ ସେବନ କରି ଆରୋଗ୍ୟଲାଭ କରିଥିବାର ପ୍ରମାଣ ଉପସ୍ଥାପନ କରିନପାରିବେ, ତେବେ ସିଧୁଙ୍କ ପତ୍ନୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଧମକ ଦେଇଛନ୍ତି। ସୂଚନାଯୋଗ୍ୟ ନଭେମ୍ବର ୨୧ରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସିଧୁ କହିଥିଲେ ଯେ ଡାକ୍ତରମାନେ ତାଙ୍କ ପତ୍ନୀଙ୍କୁ ୪୦ ଦିନର ମହଲତ ଦେଇଥିବାବେଳେ ଆୟୁର୍ବେଦ ଔଷଧ ସେବନ କରି ତାଙ୍କ ପତ୍ନୀ ସମ୍ପୂର୍ଣ୍ଣ ଆରୋଗ୍ୟଲାଭ କରିଛନ୍ତି।












Click it and Unblock the Notifications