ପୋଷା କୁକୁର ନେଲା ମାଲିକାଣୀ ଜୀବନ

ପୋଷା କୁକୁର ହିଁ ତାଙ୍କୁ ଅନାଥ କରିଦେବ ସେ କଥା ସେ କେବେ ଭାବି ମଧ୍ୟ ନଥିଲେ । ଅମିତ ଘରେ ନଥିବା ବେଳେ ସୁଶୀଳା ତ୍ରୀପାଠୀ ପିଟବୁଲ ଟିକୁ ନିଜ ଟେରାସରେ ବୁଲାଉଥିବା ବେଳେ ହଠାତ ହିଂସ୍ର ହୋଇ ଯାଇ ସୁଶୀଳାଙ୍କୁ ଆକ୍ରମଣ କରିଥିଲା ।

ଲକ୍ଷ୍ନୌ: ଆଜି କାଲି କୁକୁର ପାଳିବା ପ୍ରାୟ ଲୋକଙ୍କର ସଉକ । ସେହିଭଳି ଉତ୍ତରପ୍ରଦେଶ କୈଶରବାଗର ଅମିତ ତ୍ରୀପାଠି ନାମକ ଜଣେ ଯୁବକ ଏକ ବିଟ ବୁଲ ପ୍ରଜାତିର କୁକୁର ପାଳିଥିଲେ । ଅମିତ ନିଜ 82 ବର୍ଷୀୟା ମାଆ ସୁଶୀଳା ତ୍ରୀପାଠିଙ୍କ ସହ ରୁହନ୍ତି । ସେ ପଶୁ ପ୍ରିୟ ହୋଇଥିବାରୁ ଘରେ ଲାବ୍ରାଡୋର ଏବଂ ପିଟବୁଲ ପ୍ରଜାତିର କୁକୁର ପୋଷା ରଖିଥିଲେ। ହେଲେ ସେହି ପୋଷା କୁକୁର ହିଁ ତାଙ୍କୁ ଅନାଥ କରିଦେବ ସେ କଥା ସେ କେବେ ଭାବି ମଧ୍ୟ ନଥିଲେ ।

dog

ଅମିତ ଘରେ ନଥିବା ବେଳେ ସୁଶୀଳା ତ୍ରୀପାଠୀ ପିଟବୁଲ ଟିକୁ ନିଜ ଟେରାସରେ ବୁଲାଉଥିବା ବେଳେ ହଠାତ ହିଂସ୍ର ହୋଇ ଯାଇ ସୁଶୀଳାଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ପାଟି କରି ବଞ୍ଚେଇବା ପାଇଁ ସୁଶୀଳା ସାହାଯ୍ୟ ମଧ୍ୟ ମାଗିଥିଲେ । ପାଟି ଶୁଣି ସାହି ପଡିଶା ଆସିବା ବେଳକୁ ଘରର କବାଟ ଭିତର ପଟୁ ବନ୍ଦ ଥିଲା । କବାଟ ଭାଙ୍ଗି ଆସିବା ବେଳକୁ କୁକୁରଟି ସୁଶୀଳାଙ୍କୁ ରକ୍ତାକ୍ତ କରିଦେଇଥିଲା ।

pit bull

ଏପଟେ ଖବର ପାଇ ଅମିତ ସଙ୍ଗେ ସଙ୍ଗେ ଘରେ ପହଞ୍ଚି ମାଆଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୁଶୀଳାଙ୍କ ଶରୀରରେ 12ଟି କ୍ଷତ ରହିଛି। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ ଡାକ୍ତର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+