ଆନ୍ଧ୍ରପ୍ରଦେଶରୁ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ, ଡାକ୍ତରଖାନାରେ ଭର୍ତ୍ତି
ସନ୍ଦିଗ୍ଧ ଜଣଙ୍କ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ଜଣେ 8 ବର୍ଷର ଶିଶୁ । ହଠାତ ପିଲାଟିର ଶରୀରରେ ପଙ୍କିପକ୍ସର ଲକ୍ଷଣ ଦେଖା ଦେବାରୁ ପରିବାର ଲୋକ ତାଙ୍କୁ ଶନିବାର ସ୍ଥାନୀୟ ସରକାରୀ ମେଡିକାଲରେ ଭର୍ତ୍ତି କରାଇଛନ୍ତି ।
ଅମରାବତୀ: କରୋନା ଭୟ ସରିନଥିବା ବେଳେ ଏବେ ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି ମଙ୍କିପକ୍ସ । ପ୍ରଥମେ କେରଳ, ଦିଲ୍ଲୀ, ପଞ୍ଜାବ ଓ ନୋଏଡା ପରେ ଏବେ ଦକ୍ଷିଣୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ପହଞ୍ଚିଛି ଏହି ଭୂତାଣୁ। ସନ୍ଦିଗ୍ଧ ଜଣଙ୍କ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ଜଣେ 8 ବର୍ଷର ଶିଶୁ । ହଠାତ ପିଲାଟିର ଶରୀରରେ ପଙ୍କିପକ୍ସର ଲକ୍ଷଣ ଦେଖା ଦେବାରୁ ପରିବାର ଲୋକ ତାଙ୍କୁ ଶନିବାର ସ୍ଥାନୀୟ ସରକାରୀ ମେଡିକାଲରେ ଭର୍ତ୍ତି କରାଇଛନ୍ତି ।

ପ୍ରଶାସନିକ ଅଧିକାରୀ ଡକ୍ଟର ପ୍ରବୀଣ କୁମାର କହିଛନ୍ତି, "ବାଳକଟି ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ମଙ୍କିପକ୍ସର ଦାଗ ଏବଂ ଲକ୍ଷଣରେ ଆକ୍ରାନ୍ତ ହୋଇଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ତାଙ୍କୁ ଅନ୍ୟ ରୋଗୀଙ୍କ ଠାରୁ ଅଲଗା ରଖାଯାଇ ଚିକିତ୍ସା କରାଯାଉଛି । ରିପୋର୍ଟ ଆସିବା ପାଇଁ ଅପେକ୍ଷା କରାଯାଇଛି ।
ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ 5ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 3ଟି ମାମଲା କେରଳର ହୋଇଥିବା ବେଳେ 2ଜଣ ଆକ୍ରାନ୍ତ ଦିଲ୍ଲୀ ଓ ପଞ୍ଜାବରୁ ଚିହ୍ନଟ କରାଯାଇଥିଲା । ଗତକାଲି ଦେଶରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି । ତେବେ ବିଶ୍ବର ମୋଟ 75ଟି ଦେଶରେ ଭୟ ଦେଖାଇବା ଆରମ୍ଭ କଲାଣି ମଙ୍କିପକ୍ସ।












Click it and Unblock the Notifications