ସଂସଦରେ ବିରୋଧୀ ପକ୍ଷର ୮ ସାଂସଦ ସସ୍ପେଣ୍ଡ୍
ଲୋକସଭା କାର୍ଯ୍ୟକାଳ ମଧ୍ୟରେ ମଙ୍ଗଳବାର ଏକ ବଡ଼ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। କିଛି ବିରୋଧୀ ଏମ୍ପି ଦୁଇଥର ବାଚସ୍ପତିଙ୍କ ଚୌକି ଆଡ଼କୁ କାଗଜ ଫିଙ୍ଗିଥିଲେ। ଏହି ଏମ୍ପିମାନଙ୍କ ମଧ୍ୟରେ ଅମରିନ୍ଦର ସିଂ ରାଜା ୱାରିଂ, ହିବି ଏଡେନ, ମାଣିକମ ଟାଗୋର ବି, ଗୁରଜିତ ସିଂହ ଆଉଜଲା, ପ୍ରଶାନ୍ତ ଯାଦବରାଓ, କିରଣ କୁମାର ରେଡ୍ଡୀ, ଏସ. ଭେଙ୍କଟେସନ ଏବଂ ଡିନ କୁରିଆକୋସେ ଥିଲେ। ବାଚସ୍ପତି ଏହି ଏମ୍ପିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ସଂସଦରୁ ନିଲମ୍ବିତ କରିଛନ୍ତି। ରୁଲ୍ ନମ୍ବର ୩୭୪୨ ଅନୁଯାୟୀ ଏହି ଏମ୍ପିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ହଟ୍ଟଗୋଳ ଯୋଗୁ ଲୋକସଭା କାର୍ଯ୍ୟ ବୁଧବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହା ପରେ ବିରୋଧୀ ଏମ୍ପିମାନେ ଗୃହରୁ ବାହାରକୁ ଚାଲିଆସି ସଂସଦ ପରିସରରେ ପ୍ରତିବାଦ କରିଥିଲେ। ବିରୋଧୀ ଏମ୍ପିମାନଙ୍କ ସହିତ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ।












Click it and Unblock the Notifications