Get Updates
Get notified of breaking news, exclusive insights, and must-see stories!

ବିହାର ପରେ ଝାଡଖଣ୍ଡରେ ହାଇଡ୍ରାମା, ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଅନୁପସ୍ଥିତ ରହିଲେ ୮ ବିଧାୟକ

Jharkhand Politics: ବହାରର ରାଜନୈତିକ ହାଇଡ଼୍ରାମା ପରେ ଏବେ ଝାଡଖଣ୍ଡରେ ଆରମ୍ଭ ହୋଇଛି ସମାନ ପରିସ୍ଥିତି । ଜମି ଦୁର୍ନିତ ମାମଲାରେ ଫସି ରହିଥିବା ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ବୁଧବାର ଅପରାହ୍ନରେ ଇଡି ତାଙ୍କୁ ପଚରାଉଚରା କରିବାକୁ ଯାଉଛି ଏବଂ ତାଙ୍କୁ ଗିରଫ କରାଯାଇପାରେ ବୋଲି ସେ ଆଶଙ୍କା କରୁଛନ୍ତି । ରାଜ୍ୟରେ ରାଜନୈତିକ ଶୂନ୍ୟସ୍ଥାନ ଯେପରି ନହୁଏ ସେଥିପାଇଁ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରସ୍ତୁତି ଚାଲିଛି ।

ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଧାନସଭା ଦଳର ଏକ ବୈଠକ ଡକାଯାଇଥିଲା ଏବଂ ବିଳମ୍ବିତ ରାତିରେ ବିଧାନସଭା ଦଳର ବୈଠକ ଡକାଯାଇଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଧାୟକଙ୍କ ଏକ ସମାବେଶ ଗଠନ ହୋଇଛି । ଆଜି ହେମନ୍ତ ସୋରେନ ତାଙ୍କର ଇସ୍ତଫା ଘେଷଣା କରିପାରନ୍ତି ଏବଂ ତାଙ୍କ ପତ୍ନୀ କଳ୍ପନା ସୋରେନ ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହେବେ ବୋଲି ବିଶ୍ୱାସ ରହିଛି ।

cm hemant soren meeting

ରାଞ୍ଚିର କାଙ୍କେ ରୋଡରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଶାସକ ଦଳର ମନ୍ତ୍ରୀ ତଥା ବିଧାନସଭା ଦଳର ବୈଠକରେ ସିଏମ ହେମନ୍ତ ସୋରେନ ଅଧ୍ୟକ୍ଷତା କରୁଛନ୍ତି । ବର୍ତ୍ତମାନ ସିଏମ ବାସଭବନରେ ବିଧାୟକଙ୍କ ବୈଠକ ଚାଲିଛି । ସୂଚନାନୁସାରେ, ଗିରଫ ମାମଲାରେ ପ୍ଲାନ ବି ଉପରେ ଆଲୋଚନା ହେଉଛି । ସମସ୍ତ ସହଯୋଗୀ ଦଳ ହେମନ୍ତ ସୋରେନଙ୍କୁ ସମର୍ଥନ ଦେବା ବିଷୟରେ ଆଲୋଚନ ହେଉଛି । ଏହି ବୈଠକରେ ମୋଟ ୪୩ ଜଣ ବିଧାୟକ ଉପସ୍ଥିତ ଅଛନ୍ତି ।

ଏପଟେ ଦୁଇ ଜେଏମଏମ ବିଧାୟକ ସୀତା ସୋରେନ ଏବଂ ରାମଦାସ ସୋରେନ ଚିକିତ୍ସା ପାଇଁ ଦିଲ୍ଲୀରେ ଅଛନ୍ତି । ଜେଏମ୍‌ଏମ୍ ବିଧାୟକ ଚାମ୍ରା ଲିଣ୍ଡା ଏବଂ ଲୋବିନ୍ ହେମ୍ବ୍ରମ ବୈଠକରେ ମଧ୍ୟ ଅନୁପସ୍ଥିତ ଅଛନ୍ତି । ଏହା ସହ ଏକ ସୂତ୍ରରୁ ସୂଚନାନାସାରେ ଆଉ ୪ ବିଧାୟକ ମଧ୍ୟ ରହିଛନ୍ତି ଅନୁପସ୍ତିତ । ଏହାର ଅର୍ଥ ସମୁଦାୟ ୮ ଏମଏଲଏ ବୈଠକରେ ଅନୁପସ୍ତିତ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+