ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୮ ନକ୍ସଲ
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା । ଏନକାଉଣ୍ଟରରେ ଟଳିଲେ ୮ ନକ୍ସଲ । ସୂଚନାଯେଗ୍ୟ ଯେ, ଛତିଶଗଡର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀଙ୍କ ସର୍ଚ୍ଚ ଅପରେସନ ସମୟରେ ମୁହାଁ ମୁହିଁ ହୋଇଥିଲେ ସୁରକ୍ଷାକର୍ମୀ ଏବଂ ମାଓବାଦୀ । ଗାଙ୍ଗାଲୁର ପୋଲିସ ଷ୍ଟେସନ ଅଞ୍ଚରେ ହୋଇଥିବା ପୋଲିସ ଏନକାଉଣ୍ଟରରେ ଏପର୍ଯ୍ୟନ୍ତ ୮ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି।

ଏନକାଉଣ୍ଟର ସମୟରେ ନିପାତ ହୋଇଥିବା ନକ୍ସଲମାନଙ୍କ ମୃତଦେହ ସୁରକ୍ଷା ବାହିନୀଙ୍କ ଦ୍ୱାରା ଉଦ୍ଧାର କରାଯାଇଛି। ଛତିଶଗଡ଼ର ବିଜାପୁର ଜିଲ୍ଲାର ତୋଡ଼କା ଜଙ୍ଗଲରେ ନକ୍ସଲ ଗତିବିଧି ନେଇ ସୁରକ୍ଷା ବାହିନୀକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ଆଧାରରେ ଏସ୍ଟିଏଫ୍, ଡିଆରଜି ଓ ସିଆରପିଏଫ୍ର ଯବାନମାନେ ମିଳିତ ଅପରେସନ୍ କରିଥିଲେ। ରିପୋର୍ଟ ଲେଖାଯିବା ବେଳକୁ ୮ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ସୁରକ୍ଷା ବାହିନୀର ସର୍ଚ୍ଚଅପରେସନ୍ ଜାରି ରହିଛି।












Click it and Unblock the Notifications