ରାସ୍ତାରେ ବୁଲିଛି କୁମ୍ଭୀର

ନୂଆଦିଲ୍ଲୀ: ରାସ୍ତାରେ ବୁଲିଛି କୁମ୍ଭୀର । ଗତ କିଛି ଦିନ ହେବ ଚିପଲୁନ୍ ଏବଂ ରତ୍ନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଏହି କାରଣରୁ ଜିଲ୍ଲାର ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି । ପ୍ରବଳ ବର୍ଷା ଜାରି ରହିଥିବା ବେଳେ ମହାରାଷ୍ଟ୍ରର ଉପକୂଳ ରତ୍ନଗିରି ଜିଲ୍ଲାର ଏକ ରାସ୍ତା ଉପରେ କୁମ୍ଭୀର ଚାଲୁଥିବାର ଦେଖିବାକୁ ମିଳିଛି । ସୋଶିଆଲ ମିଡ଼ିଆରେ ଏକ ଭିଡ଼ିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ବିରାଟ କୁମ୍ଭୀର ରାସ୍ତାରେ ବୁଲୁଥିବା ଦେଖାଯାଇଛି ।

ଏହା ଚିପଲୁନ ଅଞ୍ଚଳର ବୋଲି କୁହାଯାଉଛି । ତେବେ ଏହି କୁମ୍ଭୀରଟି ନିଟରେ ଥିବା ଶିବା ନଦୀରୁ ଆସିଥିବା କୁହାଯାଉଛି, ଯାହା କୁମ୍ଭୀରଙ୍କ ଘର ଭାବରେ ପରିଚିତ । ରତ୍ନଗୀରି ମର୍ଗର କ୍ରକୋଡାଇଲ ବା ମଗର କୁମ୍ଭୀର ପାଇଁ ପ୍ରସିଦ୍ଧ । ଦେଶରେ ଦେଖାଯାଉଥିବା ୩ ପ୍ରଜାତିର କୁମ୍ଭୀରମାନଙ୍କ ମଧ୍ୟରୁ ଏହା ଗୋଟିଏ ପ୍ରଜାତି ହୋଇଥିବା ବେଳେ ଘଡିଆଲ ଓ ଲୁଣିପାଣି କୁମ୍ଭୀର ଆଉ ଦୁଇଟି ପ୍ରଜାତି ଭାବେ ଜଚ୍ଚାଶୁଣା ।

8-foot-long crocodile

ଭାରତରେ ଥିବା ତିନୋଟି କୁମ୍ଭୀର ପ୍ରଜାତି ଲୁଣିପାଣି, ଘାଡିଆଳ ଏବଂ ମଗର କୁମ୍ଭୀର ମଧ୍ୟରୁ ରତ୍ନଗିରି ମଗର କୁମ୍ଭୀର ପାଇଁ ବେଶ୍ ଜଣାଶୁଣା । ଏହି ଅଞ୍ଚଳରେ ଅଧିକ ମଗର କୁମ୍ଭୀର ପ୍ରଜାତି ଦେଖାଯାଏ । ଗତ କିଛି ଦିନ ହେବ ଚିପଲୁନ୍ ଏବଂ ରତ୍ନାଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଏହି କାରଣରୁ ଜିଲ୍ଲାର ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ଜାରି ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+