ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୮ ହାତୀ ମୃତ
ବିପଦରେ ଗଜରାଜ । ହାତୀପଲଙ୍କ ଉପରେ ମାଡ଼ିଗଲା ଟ୍ରେନ । ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୮ ହାତୀ ମୃତ । ଆସାମ ହୋଜାଇ ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା ଘଟିଛି । ହାତୀକୁ ଧକ୍କା ଦେଇ ଟ୍ରାକ୍ରୁ ଖସିଲା ୫ଟି ବଗି । ସାଇରାଙ୍ଗ-ନୂଆଦିଲ୍ଲୀ ଏକ୍ସପ୍ରେସର ୫ ବଗି ଲାଇନଚ୍ୟୁତ ।

ସୂଚନା ଥାଉକି, ଆସାମରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । ଜମୁନାମୁଖ ଜିଲ୍ଲାର ସାନରୋଜା ଅଞ୍ଚଳରେ ନୂଆ ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ହାତୀ ପଲଙ୍କୁ ଧକ୍କା ଦେଇଥିଲା । ଶୁକ୍ରବାର ରାତି ପ୍ରାୟ ୨ଟା ସମୟରେ ହାତୀ ପଲ ରେଳ ଟ୍ରାକ ପାର ହେଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଟ୍ରେନ୍ ଇଞ୍ଜିନ ସମେତ ପାଞ୍ଚଟି କୋଚ୍ ଲାଇନଚ୍ୟୁତ ହୋଇଥିଲା।
ଘଟଣାସ୍ଥଳରେ ହିଁ ଆଠଟି ହାତୀଙ୍କ ମୃତ୍ୟୁ ହୋଇଥିଲା । ଆଉ କିଛି ହାତୀ ଆହତ ବି ହୋଇଛନ୍ତି । ଦୁର୍ଘଟଣା ପରେ, ଏହି ରୁଟରେ ଅନେକ ଟ୍ରେନ୍ ବାତିଲ କରାଯାଇଛି ଓ ଅନ୍ୟ ଟ୍ରେନ୍ ଗୁଡିକର ଗତି ପରିବର୍ତ୍ତନ କରାଯାଇଛି । ଜଣାପଡ଼ୁଛି ଯେ ଲୋକୋ ପାଇଲଟ୍ ହାତୀପଲକୁ ଦେଖି ଜରୁରୀକାଳୀନ ବ୍ରେକ୍ ଲଗାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଟ୍ରେନ୍ ହାତୀ ସହିତ ଧକ୍କା ହୋଇଥିଲା, ଯାହା ଫଳରେ ଦୁର୍ଘଟଣା ଘଟିଥିଲା। ଏହି ଅଞ୍ଚଳଟି ଏକ ଜଙ୍ଗଲ ଅଞ୍ଚଳ, ତେଣୁ ହାତୀ ପଲ ବେଳେବେଳେ ଜଙ୍ଗଲରୁ ବାହାରି ରେଳ ଟ୍ରାକ ଭିତରକୁ ପ୍ରବେଶ କରନ୍ତି।












Click it and Unblock the Notifications