ବିସର୍ଜନ ବେଳେ ଅଘଟଣ, ବନ୍ୟାରେ ଜଳରେ ଭାସିଯାଇ ୮ ମୃତ

ବିସର୍ଜନ ବେଳେ ଅଘଟଣ, ବନ୍ୟାରେ ଜଳରେ ଭାସିଯାଇ ୮ ମୃତ

ଉତ୍ତର ପଶ୍ଚିବଙ୍ଗ: ଦଶହରା ଦିନ ବଡ ଅଘଟଣ । ଉତ୍ତର ପଶ୍ଚିବଙ୍ଗର ଜଲପାଇଗୁଡି଼ ଜିଲ୍ଲାରେ ଦେବୀଙ୍କ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ । ହଠାତ୍ ବନ୍ୟା ପାଣି ମାଡ଼ି ଆସିଥିବାରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ୩୦ ରୁ ୪୦ ଜଣ ନିଖୋଜ ଅଛନ୍ତି । ଏ ନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ NDRF ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବୁଧବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି ।

 Durga Puja

ଗତକାଲି ଅର୍ଥାତ୍ ବୁଧବାର ସନ୍ଧ୍ୟାରେ ବିଜୟା ଦଶମୀ ଅବସରରେ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ପାଇଁ ମାଲନଦୀ କୂଳରେ ଶହ ଶହ ଲୋକ ଏକତ୍ରିତ ହୋଇଥିଲେ । ବିସର୍ଜନ ବେଳେ ହଠାତ୍ ବନ୍ୟା ଜଳ ମାଡି ଆସିବାରୁ ଅନେକ ଲୋକ ନଦୀରେ ଭାସି ଯାଇଥିଲେ । ଜଲପାଇଗୁଡି଼ ଜିଲ୍ଲା ମାଜିଷ୍ଟ୍ରେଟ ମୌମିତା ଗୋଡରାଙ୍କ ସୂଚନା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହାସହ ୫୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଏବେ ମଧ୍ୟ ଅନେକ ନିଖୋଜ ଥିବାରୁ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ତୁହାକୁ ତୁହା ବର୍ଷା ପାଇଁ ମାଲ ନଦୀରେ ବନ୍ୟା ଜଳ ଆସିଥିବା ନେଇ ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+