ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ: ୮ ମୃତ, ଅନେକ ଗୁରୁତର
Explosion At Fireworks Factory In Tamil Nadu: ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଏପରି ଘଟଣା ତାମିଲନାଡୁର ଶିବକାସୀ ଅଞ୍ଚଳରେ ଘଟିଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ତାମିଲନାଡୁର ଏକ ଲାଇସେନ୍ସ ପ୍ରାପ୍ତ ବାଣ କାରଖାନାରେ ହଠାତ୍ ବିସ୍ଫୋରଣ ଯୋଗୁଁ ୮ ଜଣଙ୍କ ମୃତ୍ୟୁ ଘଟିଛି ସେହିପରି ୧୨ ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସମସ୍ତ ଆହତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି । ସେହିପରି ସମସ୍ତ ମୃତକଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ ।
ଅନ୍ୟପଟେ ପାଣ କାରଖାନାରେ କେଉଁ କାରଣ ପାଇଁ ବିସ୍ଫୋରଣ ହୋଇଛି ସେ ନେଇ କୌଣସି ସୂଚନା ମିଳିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications