ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ, ୮ ମୃତ
ଆନ୍ଧ୍ରପ୍ରଦେଶର ଆନାକାପାଲି ଜିଲାରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ ଲୋକମାନେ ଏହାକୁ ଅନେକ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣିପାରିଥିଲେ। ଏହି ବିସ୍ଫୋରଣରେ କାରଖାନାରେ କାମ କରୁଥିବା ୮ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା।
ଆନାକାପାଲି ପୋଲିସ ଅଧୀକ୍ଷକ ତୁହିନ ସିହ୍ନା ଏ ସମ୍ପର୍କରେ ସୂଚନା ଦେବା ସହିତ ଘଟଣା ଘଟିଥିବା ନିଶ୍ଚିତ କରିଛନ୍ତି। ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଆନାକାପାଲି ଜିଲାର କୋଟାଭୁରୁତଲାରେ ଏକ ବାଣ ତିଆରି ୟୁନିଟରେ ବିସ୍ଫୋରଣରେ ୮ଜଣ ଶ୍ରମିକଙ୍କ ମୃତ୍ୟୁ ଉପରେ ଶୋକ ପ୍ରକାଶ କରିଛନ୍ତି। ଘଟଣା ବିଷୟରେ ସୂଚନା ସଂଗ୍ରହ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲା କଲେକ୍ଟର, ପୋଲିସ ଅଧୀକ୍ଷକ ଏବଂ ରାଜ୍ୟ ଗୃହମନ୍ତ୍ରୀ ଅନିତାଙ୍କ ସହ ଫୋନରେ କଥା ହୋଇଥିଲେ।













Click it and Unblock the Notifications