ମୁମ୍ବାଇରେ ଭୟଙ୍କର ଝଡ଼-ତୋଫାନ, ହୋର୍ଡିଂ ପଡି ୮ ମୃତ

ମୁମ୍ବାଇ: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ସୋମବାର ଭୟଙ୍କର କାଳବୈଶାଖୀ ଦେଖିବାକୁ ମିଳିଛି । ଆଉ ଏଥିରେ ମୁମ୍ବାଇ ଘାଟକୋପର ଅଞ୍ଚଳରେ ପ୍ରବଳ ପବନ ଯୋଗୁଁ ଏକ ବିରାଟ ବିଜ୍ଞାପନ ହୋର୍ଡିଂ ଖସିପଡ଼ିବାରୁ ୮ ଜଣଙ୍କ ମୃତ୍ୟୁ ହେବା ସହ ୫୯ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ବଡ଼ କଥା ହେଉଛି ଏହି ହୋଡିଂ ଏକ ପେଟ୍ରୋଲ ପମ୍ପ ନିକଟରେ ଲାଗିଥିଲା । ପ୍ରକୃତରେ ବର୍ଷା ପବନ କାରଣରୁ ଅନେକ ଲୋକ ପେଟ୍ରୋଲ ପମ୍ପରେ ଆଶ୍ରୟ ନେଇଥିଲେ । ଏବେବି୧୦୦ରୁ ଅଧିକ ହୋର୍ଡିଂ ତଳେ ଫସିଛନ୍ତି । ମୁମ୍ବାଇର ଅନେକ ସ୍ଥାନରେ ଆଜି ଅପରାହ୍ନରେ ଅଚାନକ ପାଗ ବଦଳିଯାଇଥିଲା । ପ୍ରବଳ ଜୋରରେ ଝଡ ତୋଫାନ ହୋଇଥିଲା । ଅନେକ ସ୍ଥାନରେ ଏହାର ପ୍ରଭାବ ପଡିଥିଲା । ଘାଟକୋପରରେ ପ୍ରବଳ ପବନ ଯୋଗୁଁ ଏକ ହୋର୍ଡିଂ ଖସିପଡିଥିଲା ।

Billboard Collapses In Mumbai

ହୋର୍ଡିଂ ତଳେ ଫସିଯିବା ଯୋଗୁଁ ୩୫ ଜଣ ଆହତ ହୋଇଥିଲେ । ପରେ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇ ୫୯ ଛୁଇଁଛି । ସମସ୍ତଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଉଛି । ଘାଟକୋପରରେ ଏନଡିଆରଏଫର ଏକ ଟିମ୍ ନିଯୁକ୍ତ ହୋଇଛି । ଏଥିରେ ୬୭ କର୍ମୀ ସୁରକ୍ଷା କାର୍ଯ୍ୟରେ ଲାଗିପଡିଛନ୍ତି । ତୀବ୍ର ବେଗରେ ପବନ ବିହବା ଯୋଗୁଁ ଅନେକ ବିମାନ ରଦ୍ଦ ହୋଇଛି । ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ସବୁ ବିମାନ ରଦ୍ଦ କରାଯାଇଥିଲା । ଅନ୍ୟପଟେ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+