ଦୁଇ ଦିନ ଧରି ମାଇକ୍ରୋସଫ୍ଟ ସର୍ଭର ଡାଉନରେ ୮.୫ ମିଲିୟନ୍‌ ଡିଭାଇସ୍‌ ପ୍ରଭାବିତ

ନୂଆଦିଲ୍ଲୀ: ଦୁଇ ଦିନ ତଳେ ମାଇକ୍ରୋସଫ୍ଟ ସର୍ଭର ଡାଉନ୍ ହେବା କାରଣରୁ ସାରା ବିଶ୍ୱରେ ଅନଲାଇନ୍ ସେବା ପ୍ରଭାବିତ ହୋଇଥିଲା। ଏନେଇ ମାଇକ୍ରୋସଫ୍ଟ ଶନିବାର ଦିନ ଏକ ବ୍ଲଗରେ କହିଛି ଯେ ସାଇବର ସିକ୍ୟୁରିଟି ଫାର୍ମ କ୍ରାଉଡ୍ ଷ୍ଟ୍ରାଇକ୍ ଦ୍ୱାରା ଏକ ସଫ୍ଟୱେର୍ ଅପଡେଟ୍ ସହିତ ଜଡିତ ଏକ ବିଶ୍ୱସ୍ତରୀୟ ସର୍ଭର ଡାଉନ୍‌ ହେବାରୁ ପ୍ରାୟ ୮.୫ ନିୟୁତ ମାଇକ୍ରୋସଫ୍ଟ ଡିଭାଇସ୍ ଉପରେ ପ୍ରଭାବ ପଡ଼ିଛି।

ବ୍ଲଗରେ ମାଇକ୍ରୋସଫ୍ଟ ଏହା କହିଛି ଯେ ଆମେ ବର୍ତ୍ତମାନ ଆକଳନ କରୁଛୁ ଯେ କ୍ରାଉଡ୍ ଷ୍ଟ୍ରାଇକର ଅପଡେଟ୍ ୮.୫ ନିୟୁତ ୱିଣ୍ଡୋଜ୍ ଡିଭାଇସ୍ କିମ୍ବା ସମସ୍ତ ୱିଣ୍ଡୋଜ୍ ମେସିନ୍ ମଧ୍ୟରୁ ଏକ ପ୍ରତିଶତରୁ କମ୍ ପ୍ରଭାବିତ କରିଛି।

ବିଶ୍ବବ୍ୟାପୀ ବିମାନ ଯାତ୍ରୀମାନେ ବିଳମ୍ବ, ଉଡ଼ାଣ ବାତିଲ ଏବଂ ମୁଣ୍ଡବିନ୍ଧାର ସମ୍ମୁଖୀନ ହୋଇଥିଲେ। ଏହାଛଡ଼ା ବ୍ୟାଙ୍କ ଠାରୁ ଆରମ୍ଭ କରି ମିଡିଆ କମ୍ପାନୀ ପର୍ଯ୍ୟନ୍ତ ଅନେକ ଶିଳ୍ପକୁ ଏହା ପ୍ରଭାବିତ କରିଥିଲା।

ବିଶ୍ବବ୍ୟାପୀ ଆଜି ମାଇକ୍ରୋସଫ୍ଟ ସେବାରେ ଦେଖାଦେଇଥିବା ବିଭ୍ରାଟର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିଛି। ସାଇବରସିକ୍ୟୁରିଟି ସେବା ପ୍ରଦାନ କରୁଥିବା କମ୍ପାନି କ୍ରାଉଡଷ୍ଟ୍ରାଇକ୍‌ ସଫ୍ଟୱେର ଅପ୍‌ଡେଟ୍‌ କାରଣରୁ ମାଇକ୍ରୋସଫ୍ଟ ୱିଣ୍ଡୋଜ୍‌ କାମ କରି ନଥିଲା। ଏଥିଯୋଗୁ ବିମାନ ସେବା ଠାରୁ ଆରମ୍ଭ କରି ବ୍ୟାଙ୍କ ଏବଂ ଖବର ପ୍ରସାରଣ, ଷ୍ଟକ୍‌ ମାର୍କେଟ ସେବା ଆଦି ଗୁରୁତର ଭାବେ ପ୍ରଭାବିତ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+