DA Hike: ସରକାରୀ କର୍ମଚାରୀଙ୍କୁ ମିଳିବ ରାକ୍ଷୀ ଭେଟି, ବଢିବ ଦରମା...
7th Pay Commission DA Hike: ଯଦି ଆପଣ ଜଣେ କେନ୍ଦ୍ରୀୟ ସରକାରୀ କର୍ମଚାରୀ, ତେବେ ଏହି ଖବର ଆପଣଙ୍କୁ ନିଶ୍ଚୟ ଖୁସି କରିଦେବ । କାରଣ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ DA/DR ବୃଦ୍ଧି ସେପ୍ଟେମ୍ବର ମାସରେ ଘୋଷଣା କରି ପାରନ୍ତି କେନ୍ଦ୍ର ସରକାର । ଦୁଇ ଦିନ ପରେ ଏନେଇ ବଡ ଅପଡେଟ୍ ମିଳିବ ବୋଲି କୁହାଯାଉଛି ।
କେନ୍ଦ୍ର ସରକାର ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ଓ ପ୍ରିୟତା ରିଲିଫକୁ ସଂଶୋଧନ କରନ୍ତି । ପ୍ରଥମ ସଂଶୋଧନ ଜାନୁଆରୀ ୧ରୁ ଏବଂ ଦ୍ୱିତୀୟଟି ଜୁଲାଇ ୧ରୁ ଲାଗୁ ହୋଇଥାଏ । ପ୍ରିୟତା ଭତ୍ତାର ଶେଷ ସଂଶୋଧନ ୨୪ ମାର୍ଚ୍ଚ ୨୦୨୩ରେ ହୋଲି ପୂର୍ବରୁ ଘୋଷଣା କରାଯାଇଥିଲା । ଯାହା ୧ ଜାନୁୟାରୀ ୨୦୨୩ରୁ କାର୍ଯ୍ୟକାରୀ ରହିଛି ।

ସେହି ସମୟରେ କେନ୍ଦ୍ରୀୟ କର୍ମଚାରୀମାନେ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି ଉପହାର ପାଇଥିଲେ । ଏହି ଡିଏ ପରେ ୩୮ରୁ ୪୨ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ୪୨ ପ୍ରତିଶତ ହାରରେ ପ୍ରିୟତା ଭତ୍ତା ପାଉଛନ୍ତି । ଯଦି ସରକାର ସେପ୍ଟେମ୍ବରରେ DA/ DR ବୃଦ୍ଧି ଘୋଷଣା କରନ୍ତି, ତେବେ ଏହା ଜୁଲାଇ ୧ ରୁ କାର୍ଯ୍ୟକାରୀ ହେବ ।
କେତେ ପ୍ରତିଶତ ବୃଦ୍ଧି ହେବ DA ?
ମିଡିଆ ରିପୋର୍ଟ ଅନୁଯାୟୀ, ଏଥର ପ୍ରିୟତା ଭତ୍ତା ଓ ପ୍ରିୟତା ରିଲିଫରେ ୪ କିମ୍ବା ୩ ପ୍ରତିଶତ ବୃଦ୍ଧି ହୋଇପାରେ । ତେବେ, AICPI ସୂଚକାଙ୍କ ତଥ୍ୟ ଆଧାରରେ ଅନୁମାନ କରାଯାଉଛି ଯେ ଏଥର ମଧ୍ୟ କେନ୍ଦ୍ରୀୟ କର୍ମଚାରୀଙ୍କ ପ୍ରିୟତା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି ହୋଇପାରେ । ତେବେ ଏଥର ପ୍ରିୟତା ଭତ୍ତାର ବୃଦ୍ଧି କେତେ ହେବ, ତାହା ସରକାରଙ୍କ ସରକାରୀ ଘୋଷଣା ପରେ ହିଁ ସ୍ପଷ୍ଟ ହୋଇଯିବ ।












Click it and Unblock the Notifications