ପାରାଦୀପରେ ୭୮ ବାଂଲାଦେଶୀ ନାଗରିକ ଅଟକ, ଜାଣନ୍ତୁ କାରଣ
ବିଗତ କିଛି ମାସ ହେଲା ଭାରତ-ବାଂଲାଦେଶର ସଂପର୍କରେ ମଧୁରତା ନାହିଁ। ବିଭିନ୍ନ କାରଣକୁ ନେଇ ଉଭୟ ଦେଶ ମଧ୍ୟରେ ସଂପର୍କ ଭଲ ନଥିବା ବେଳେ ଏଥିରେ ସୁଧାର ଆଣିବା ପାଇଁ ଉଦ୍ୟମ କରାଯାଉଛି। ଏହାରି ମଧ୍ୟରେ ଭାରତୀୟ ସମୁଦ୍ର ସୀମାରୁ ୨ଟି ବାଂଲାଦେଶୀ ମାଛଧରା ଟ୍ରଲର ଜବତ ହୋଇଛି। ଏହି ଟ୍ରଲରେ ୭୮ ଜଣ ମତ୍ସ୍ୟଜୀବୀ ଥିଲେ। ମତ୍ସ୍ୟଜୀବୀମାନଙ୍କୁ ଅଟକ ରଖି ତଟରକ୍ଷୀ ବାହିନୀ ଖୋଳତାଡ଼ କରୁଛି।

ବଙ୍ଗୋପସାଗରରେ ଅଟକ ଥିବା ସମସ୍ତ ବାଂଲାଦେଶୀ ମତ୍ସ୍ୟଜୀବୀ ସୁସ୍ଥ ଅଛନ୍ତି। ସେମାନେ ମାଛ ଧରିବାକୁ ଆସିଥିବା ବେଳେ ଭାରତୀୟ ସୀମାକୁ ଚାଲିଆସିଥିବା ସନ୍ଦେହ କରାଯାଉଛି। ମତ୍ସ୍ୟଜୀବୀମାନେ ଅଜାଣରେ ସାମୁଦ୍ରିକ ସୀମା ଅତିକ୍ରମ କରିବା ନୂଆ କଥା ନୁହେଁ। ତେବେ ବାଂଲାଦେଶୀ ମତ୍ସ୍ୟଜୀବୀମାନେ ଜାଣିଶୁଣି ଭାରତୀୟ ସମୁଦ୍ର ସୀମାରେ ମାଛ ଧରୁଥିଲେ କି ଅଜାଣତରେ ପ୍ରବେଶ କରିଥିଲେ, ତଦନ୍ତ ପରେ ଜଣାପଡ଼ିବ।












Click it and Unblock the Notifications