ସମୁଦ୍ରରେ ଭାରତର ପ୍ରଥମ କାଚ ବ୍ରିଜ୍ ଉଦଘାଟିତ

କନ୍ୟାକୁମାରୀ : ତାମିଲନାଡ଼ୁର କନ୍ୟାକୁମାରୀରେ ବିବେକାନନ୍ଦ ରକ୍‌ ମେମୋରିଆଲ ଓ ପ୍ରଖ୍ୟାତ ତାମିଲ କବି ଏବଂ ଦାର୍ଶନିକ ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତିକୁ ସଂଯୋଗ କରୁଥିବା ବହୁ ପ୍ରତୀକ୍ଷିତ କାଚ ସେତୁକୁ ସୋମବାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲାଯାଇଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ ସୋମବାର ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସମୁଦ୍ରରେ ଭାରତର ଏହି ପ୍ରଥମ କାଚ ସେତୁକୁ ଉନ୍ମୋଚନ କରିଛନ୍ତି।

ଉକ୍ତ ସେତୁ ମାଧ୍ୟମରେ ପର୍ଯ୍ୟଟକମାନେ ବିବେକାନନ୍ଦ ରକ୍‌ ମେମୋରିଆଲରୁ ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଅତି ସହଜରେ ଚାଲି ଯାଇପାରିବା ସହ ସମୁଦ୍ରର ଅନନ୍ୟ ସୌନ୍ଦର୍ଯ୍ୟକୁ ମଧ୍ୟ ଉପଭୋଗ କରିପାରିବେ। ଏହି କାଚ ବ୍ରିଜକୁ ୩୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ୭୭ ମିଟର ଲମ୍ବ ବିଶିଷ୍ଟ ଏହି ସେତୁଟି ୧୦ ମିଟର ଚଉଡାରେ ନିର୍ମାଣ କରାଯାଇଛି। ଏହା ବ୍ୟତୀତ ଏହି ସେତୁ ନିର୍ମାଣ ସମୟରେ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଛି।

୨୦୦୦ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧିଙ୍କ ଦ୍ୱାରା ଥିରୁଭଲ୍ଲୁଭରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ଏହି ପ୍ରତିମୂର୍ତ୍ତି ନିର୍ମାଣକୁ ୨୫ ବର୍ଷ ପୂରଣ ହେବାକୁ ଯାଉଛି। ଏହି ଅବସରରେ ରାଜ୍ୟରେ ରୌପ୍ୟ ଜୟନ୍ତୀ ପାଳନ କରାଯାଉଛି। ରୌପ୍ୟ ଜୟନ୍ତୀ ପାଳନ ପାଇଁ ତିନି ଦିନିଆ ଉତ୍ସବ ଆରମ୍ଭରୁ ଗ୍ଲାସ୍ ଫାଇବର ବ୍ରିଜକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ। ଏହି ସେତୁ ଖୁବ୍ ଶୀଘ୍ର ଲୋକଙ୍କ ପାଇଁ ମଧ୍ୟ ଖୋଲାଯିବ।

glass bridge

ସମୁଦ୍ର ଉପରେ ନିର୍ମିତ ଏହି ଗ୍ଲାସ ବ୍ରିଜକୁ ଏକ ଭିନ୍ନ ଶୈଳୀରେ ଡିଜାଇନ୍ କରାଯାଇଛି। ଏହାକୁ ପ୍ରସ୍ତୁତ କରିବା ପାଇଁ ଉନ୍ନତ ଜ୍ଞାନକୌଶଳ ବ୍ୟବହୃତ ହୋଇଛି। ଶକ୍ତିଶାଳୀ ସମୁଦ୍ର ପବନ ସମେତ ବାତ୍ୟା ଭଳି ବିପଜ୍ଜନକ ସାମୁଦ୍ରିକ ଅବସ୍ଥାକୁ ପ୍ରତିହତ କରିବା ପାଇଁ ଗ୍ଲାସ୍ ବ୍ରିଜର ଡିଜାଇନ୍ କରାଯାଇଛି।

ତାମିଲନାଡୁର ନିର୍ମାଣ ମନ୍ତ୍ରୀ ଇ.ଭି ଭେଲୁ ଏହି ସେତୁ ନିର୍ମାଣକୁ ନେଇ କହିଛନ୍ତି ଯେ, ଏଭଳି ବ୍ରିଜ ନିର୍ମାଣ ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ। ଏହି ବ୍ରିଜ ପ୍ରସ୍ତୁତ କରିବାକୁ ଆମକୁ ବିଶେଷଜ୍ଞଙ୍କ ସାହାଯ୍ୟ ନେବାକୁ ପଡିଥିଲା। ମନ୍ତ୍ରୀ କହିଛନ୍ତି ଯେ ଗ୍ଲାସ ବ୍ରିଜ କନ୍ୟାକୁମାରୀରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରରେ ପରିଣତ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+