୭୫ ହାଜର କୋଟି ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ମହାରାଷ୍ଟ୍ର: ୭୫ ହାଜର କୋଟି ପ୍ରକଳ୍ପର ଉଦଘାଟନ କଲେ ମୋଦି
ମହାରାଷ୍ଟ୍ର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ର ଏବଂ ଗୋଆ ଗସ୍ତରେ । ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ମହାରାଷ୍ଟ୍ରରେ 75,000 କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିଛନ୍ତି । ନାଗପୁର ଏବଂ ବିଲାସପୁରକୁ ସଂଯୋଗ କରୁଥିବା ଷଷ୍ଠ ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ (ପିଏମଓ) ଦିଆଯାଇଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗପୁରରେ AIIMSର ଉଦଘାଟନ ମଧ୍ୟ କରିବେ ।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ନାଗପୁର ମେଟ୍ରୋ ରେଳ ପ୍ରକଳ୍ପର 'ଫେଜ୍ 1' ଉଦଘାଟନ କରିବା ସହ ମେଟ୍ରୋରେ ବସି ଫ୍ରିଡମ୍ ପାର୍କରୁ ଖପ୍ରି ଯାତ୍ରା କରିବା ପାଇଁ ଟିକେଟ୍ କିଣିଥିଲେ । ଯାତ୍ରା କରିବା ସମୟରେ ପ୍ରଧାମମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଥିଲେ । ଏହା ଛଡା ଉକ୍ତ ରେଳ ପ୍ରକଳ୍ପର 'ଫେଜ୍ 2' ପାଇଁ ମଧ୍ୟ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ।
ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ୱାନ୍ ହେଲଥ୍ (NIO) ଏବଂ ନାଗ ନଦୀ ପ୍ରଦୂଷଣ ଆବେଦନର ପ୍ରକଳ୍ପର ଆରମ୍ଭ କରିବେ। ଏହା ବ୍ୟତୀତ ସେ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍ସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିପିଇଟି) ଏବଂ ହେମୋଗ୍ଲୋବିନୋପାଥି ଗବେଷଣା, ପରିଚାଳନା ଏବଂ ନିୟନ୍ତ୍ରଣ କେନ୍ଦ୍ରର ଉଦଘାଟନ କରିବେ। ଏହା ବ୍ୟତିତ, ଆଜି ମୋଦୀ ଗୋଆର ମୋପାରେ ଦ୍ୱିତୀୟ ଆନ୍ତର୍ଜାତିକ ବିମାନ ବନ୍ଦର ଉଦଘାଟନ କରିବେ ।












Click it and Unblock the Notifications