ଶ୍ରୀନଗର ଲାଲଚୌକରେ ଉଡିଲା ତ୍ରିରଙ୍ଗା
ବେଶ ଉତ୍ସହର ସହ ଆଜି ସାରା ଦେଶରେ ପାଳିତ ହୋଇଛି 76ତମ ସ୍ବାଧୀନତା ଦିବସ । ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ ହୋଇଛି। କାଶ୍ମୀରରେ ମଧ୍ୟ ସ୍ବାଧୀନତା ଦିବସ ଉତ୍ସାହର ସହ ପାଳନ କରାଯାଇଛି ।
ଶ୍ରୀନଗର: ବେଶ ଉତ୍ସହର ସହ ଆଜି ସାରା ଦେଶରେ ପାଳିତ ହୋଇଛି 76ତମ ସ୍ବାଧୀନତା ଦିବସ । ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ ହୋଇଛି। କାଶ୍ମୀରରେ ମଧ୍ୟ ସ୍ବାଧୀନତା ଦିବସ ଉତ୍ସାହର ସହ ପାଳନ କରାଯାଇଛି । ରାଜଧାନୀ ଶ୍ରୀନଗରର ପ୍ରସିଦ୍ଧ ଲାଲଚୌକରେ ଜାତୀୟ ପତାକା ଉଡାଇବା ସହ ସ୍ବାଧୀନତା ଦିବସ ପାଳନ କରିଛନ୍ତି ସ୍ଥାନୀୟ କାଶ୍ମୀରବାସୀ ।

90 ଦଶକରେ ଘାଟିରେ ଆତଙ୍କବାଦ ଚରମ ସୀମାରେ ପହଞ୍ଚିଥିବା ବେଳେ ଏକାଧିକ ଥର ଲାଲଚୌକରେ ପାକିସ୍ତାନ ପତାକା ମଧ୍ୟ ଉଡିଥିବା ଦେଖିବାକୁ ମିଳିଥିଲା । ଅନେକ ସଂଗଠନ ମଧ୍ୟ କାଶ୍ମୀରକୁ ଭାରତର ଏକ ଅବିଚ୍ଛେଦ ଅଙ୍ଗ ଭାବେ ସାବ୍ୟସ୍ତ କରିବା ପାଇଁ ଲାଲଚୌକରେ ତ୍ରିରଙ୍ଗା ଲହରାଇବା ଏକ ଆହ୍ବାନ ଭାବେ ମଧ୍ୟ ଗ୍ରହଣ କରିଥିଲେ। ଆଜି ସେହି ଲାଲଚୌକରେ ତ୍ରିରଙ୍ଗା ଉଡିଛି । ବିଭିନ୍ନ ଅନୁଷ୍ଠାନ ତଥା ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ଦେଶ ସ୍ୱାଧୀନତାର 'ଆଜାଦି କା ଅମୃତ ମହୋତ୍ସବ' ପାଳନ କରୁଛି। ବ୍ରିଟିଶ ଶାସନରୁ ଦେଶ ସ୍ୱାଧୀନତା ପାଇବାର 75 ବର୍ଷ ବିତିଛି । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ 15 ଅଗଷ୍ଟ 1947 ରେ ପ୍ରଥମେ ପତାକା ଉତ୍ତୋଳନ କରିଥିଲେ ।












Click it and Unblock the Notifications