୭୪ ତମ ଗଣତନ୍ତ୍ର ଦିବସ:ପାକିସ୍ତାନ ରେଞ୍ଜର୍ସଙ୍କୁ ମିଠା ଦେଲେ ବିଏସଏଫ୍ ଯବାନ
୭୪ ତମ ଗଣତନ୍ତ୍ର ଦିବସ:ପାକିସ୍ତାନ ରେଞ୍ଜର୍ସଙ୍କୁ ମିଠା ଦେଲେ ବିଏସଏଫ୍ ଯବାନ

India 74th Republic Day: ଆଜି ସମଗ୍ର ଦେଶ ୭୪ ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ଉତ୍ସବ ମୁଖର ହୋଇ ପଡିଛି ପଲ୍ଲୀ ଠୁ ଦିଲ୍ଲୀ । ଏହି ଅବସରରେ ପଞ୍ଜାବର ଅମୃତସରର ଅଟ୍ଟାରୀ-ୱାଘା ସୀମାରେ ଦେଶଭକ୍ତିର ବାତାବରଣ ଦେଖିବା ପାଇଁ ମିଳିଛି । ସୀମା ସୁରକ୍ଷା ବାହିନୀ(ବିଏସ୍ଏଫ୍) ମଧ୍ୟ ଅଟ୍ଟାରୀ-ୱାଘା ସୀମାରେ ପାକିସ୍ତାନୀ ରେଞ୍ଜର୍ସଙ୍କୁ ମିଠା ପ୍ରଦାନ କରିଥିଲା । ଜିରୋ ଲାଇନ ଏବଂ ପାକିସ୍ତାନ ପୋଷ୍ଟଠାରୁ କିଛି ମିଟର ଦୂରତାରେ ବିଏସଏଫର ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଜି) ପତାକା ଉଡାଇଥିଲେ ।
Punjab | BSF (Border Security Force) exchanged sweets with Pakistan Rangers at the Attari-Wagah border today on #RepublicDay2023 pic.twitter.com/Q2agwrsDtq
— ANI (@ANI) January 26, 2023
ବିଏସଏଫ କମାଣ୍ଡାଣ୍ଟ ଜସବୀର ସିଂ ସମସ୍ତ ଦେଶବାସୀଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇବା ସହ ଜାତୀୟତାର ପ୍ରତୀକ ଭାବରେ ଜେସିପି ଅଟାରୀ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ସେ କହିଛନ୍ତି । ପ୍ରତି ସନ୍ଧ୍ୟାରେ ଏଠି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଯନ କରାଯାଇଥାଏ । ମନୋବଳ ଏବଂ ଉତ୍ସାହ ବଢାଇବା ପାଇଁ ପ୍ରତିଦିନ ହଜାର ହଜାର ଲୋକ ଏଠାକୁ ଆସନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଠାରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରଯିବା ସହ ପାକିସ୍ତାନ ଯବାନ ମାନଙ୍କୁ ମଧ୍ୟ ମିଠା ବଣ୍ଟା ଯାଇଛି । ଅନ୍ୟପକ୍ଷରେ ଆଜି ନୂଆଦିଲ୍ଲୀରେ ୭୪ ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାର ନେତୃତ୍ୱ ନେଇଥିଲେ। ଗଣତନ୍ତ୍ର ଦିବସରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଇଜିପ୍ଟର ରାଷ୍ଟ୍ରପତି ସମାରୋହର ମୁଖ୍ୟ ଅତିଥି
ଆଜିର ପରେଡରେ ମୁଖ୍ୟ ଅତିଥି ଭାବେ ଇଜିପ୍ଟ ରାଷ୍ଟ୍ରପତି ଆବଦେଲ୍ ଅଲ୍ ସିସି ଯୋଗ ଦେଇଥିଲେ । ଏଥି ସହ ପରେଡରେ ଇଜିପ୍ଟର ସୈନ୍ୟବାହିନୀର ଏକ ଅଶଂ ମଧ୍ୟ ଭାଗ ନେଇଥିଲା । ଏଥିସ ସହ ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିପକ୍ଷା ମନ୍ତ୍ରୀ ରାଜନାଥ ସିଂ ଉପସ୍ଥିତ ଥିଲେ । ପ୍ରଥମ ଥର ପାଇଁ ଭାରତର ଗଣତନ୍ତ୍ର ଦିବସ ପାଳନ ଅବସରରେ ଜଣେ ଇଜିପ୍ଟର ରାଷ୍ଟ୍ରପତିଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା ।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ପୁଣି ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ, ଅନେକ ମୃତାହତ -
ହର୍ମୁଜ ପ୍ରଣାଳୀ ବନ୍ଦ ରହିବା ଉଚିତ୍- ମୋଜତାବା












Click it and Unblock the Notifications