ଆତ୍ମସମର୍ପଣ କଲେ ୭୧ ମାଓବାଦୀ, ମୁଣ୍ଡ ଉପରେ ଥିଲା ୬୪ ଲକ୍ଷ ଟଙ୍କାର ପୁରସ୍କାର
ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ ଆଜି ୨୧ ମହିଳାଙ୍କ ସମେତ ମୋଟ୍ ୭୧ ଜଣ ମାଓମାଦୀ ସୁରକ୍ଷା କର୍ମୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କ ଉପରେ ମୋଟ୍ ୬୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ବୋଲି ପୁଲିସ୍ କହିଛି ।

ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାରେ ଚାଲିଥିବା 'ଲୋନ୍ ଭାରାତୁ' ବା ଗୃହକୁ ଫେରିବା ଅଭିଯାନ ପ୍ରଭାବରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି । ରାଜ୍ୟ ସରକାରଙ୍କ ପୁନଃ ଥଇଥାନ ନୀତି ଅନୁଯାୟୀ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ସହିତ ଦକ୍ଷତା ବିକାଶ ତାଲିମ୍ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ ବୋଲି ପୁଲିସ୍ କହିଛି ।












Click it and Unblock the Notifications