ମୋରିଟାନିଆ ଉପକୂଳରେ ଡଙ୍ଗାବୁଡ଼ି ୭୦ ମୃତ
ମୋରିଟାନିଆ ଉପକୂଳରେ ଏକ ଯାତ୍ରୀବାହି ଡଙ୍ଗା ବୁଡ଼ିଯିବା ଫଳରେ ୭୦ ଜଣଙ୍କ ମୃତ୍ୟୁ ହୋଇଛି । ଗାମ୍ଭୀୟାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତକାଲି ପ୍ରବାସୀମାନଙ୍କୁ ନେଇ ଯାଉଥିବା ଡଙ୍ଗାଟି ବୁଡ଼ି ଯାଇଥିଲା । ଏଥିରେ ୧୫୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ ବୋଲି ସୂଚନା ମିଳିଛି ।

ମାତ୍ର ୧୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ଥିବା ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଗତ ଦୁଇ ଦିନ ମଧ୍ୟରେ ୭୦ଟି ମୃତ ଦେହ ଉଦ୍ଧାର କରାଯାଇଛି । ସେଠାକାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମୃତ୍ୟୁ ସଂଖ୍ୟା ଏକ ଶହରୁ ଅଧିକ ହେବ ବୋଲି କୁହାଯାଇଛି ।












Click it and Unblock the Notifications