ଟ୍ରାଫିକ ନିୟନ୍ତ୍ରଣ କଲେ କୁନି ଟ୍ରାଫିକ ପୋଲିସ
ମଧ୍ୟପ୍ରଦେଶର ଟ୍ରାଫିକ ପୋଲିସ ରଞ୍ଜିତ ସିଂ ନିଜର ଭିନ୍ନ କାର୍ଯ୍ୟଶୈଳୀ ନେଇ ସବୁ ବେଳେ ଚର୍ଚ୍ଚାରେ ଥାନ୍ତି । ତେବେ ଆସନ୍ତୁ ଜାଣିବା ଏଥର କେଉଁ କାମକୁ ନେଇ ସେ ପୁଣି ହୋଇଛନ୍ତି ଚର୍ଚ୍ଚିତ ।
ଇନ୍ଦୋର: ମଧ୍ୟପ୍ରଦେଶର ଟ୍ରାଫିକ ପୋଲିସ ରଞ୍ଜିତ ସିଂ ନିଜର ଭିନ୍ନ କାର୍ଯ୍ୟଶୈଳୀ ନେଇ ସବୁ ବେଳେ ଚର୍ଚ୍ଚାରେ ଥାନ୍ତି । ତେବେ ଆସନ୍ତୁ ଜାଣିବା ଏଥର କେଉଁ କାମକୁ ନେଇ ସେ ପୁଣି ହୋଇଛନ୍ତି ଚର୍ଚ୍ଚିତ । ରଞ୍ଜିତ ଇନ୍ଦୋରର ଏକ ସାତ ବର୍ଷର ଶିଶୁ ସହ ଟ୍ରାଫିକ ନିୟନ୍ତ୍ରଣ କରୁଥିବା ନଜର ଆସିଛନ୍ତି । ଗର୍ବିତ ଶର୍ମା ନାମକ ଏହି ଶିଶୁଟି ଅନେକ ଦିନରୁ ରଞ୍ଜିତ ସିଂଙ୍କୁ ଟିଭିରେ ଦେଖି ଆସୁଥିଲେ । ରଞ୍ଜିତଙ୍କ କାର୍ଯ୍ୟରେ ଗର୍ବିତ ଖୁବ ପ୍ରଭାବିତ ହୋଇଥିଲେ ।

ଏହାପରେ ରଞ୍ଜିତଙ୍କୁ ଭେଟିବା ପାଇଁ ମନରେ ସ୍ଥିର କରିଥିଲେ । ଏହାପରେ ସେ ହାଇ କୋର୍ଟ ସ୍କୋୟାରରେ ପୋଲିସ ପୋଷାକ ପିନ୍ଧି ରଞ୍ଜିତଙ୍କୁ ଭେଟିଥିଲେ । ଗର୍ବିତଙ୍କ ସହ କଥା ହେବା ସହ ତାଙ୍କୁ ଟ୍ରାଫିକ ନିୟମ ବିଷୟରେ ବୁଝାଇଥିଲେ ରଞ୍ଜିତ । ଏହାପରେ କିଛି ସମୟ ପାଇଁ କୁନି ଟ୍ରାଫିକ ପୋଲିସ ଗର୍ବିତ ଯାନବାହନ ନିୟନ୍ତ୍ରଣ କରିଥିଲେ ।
ଟ୍ରାଫିକ ସୁରକ୍ଷା ନେଇ ଲୋକଙ୍କୁ ବୁଝାଇଥିଲେ । ଯେଉଁ ଡ୍ରାଇଭର ବିନା ସିଟ ବେଲ୍ଟରେ ଗାଡି ଚଳାଉଥିଲେ । ସେମାନଙ୍କୁ ସିଟ ବେଲ୍ଟ ବାନ୍ଧିବା ନେଇ ଅନୁରୋଧ କରିଥିଲେ ଗର୍ବିତ । ଟ୍ରାଫିକର ନିୟମ ମାନି ରାସ୍ତାରେ ଗାଡି ଚଳାଇବା ନେଇ ସେ ଲୋକଙ୍କୁ ସଚେତନ କରିଥିଲେ ।












Click it and Unblock the Notifications