ମୋଦିଙ୍କ କ୍ୟାବିନେଟର ୭ ମହିଳା ମନ୍ତ୍ରୀ, ଜାଣନ୍ତୁ କିଏ କିଏ ?

ଗତକାଲି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର,ମୋଦି। ଏଥିସହ ସେ କ୍ରମାଗତ ଭାବେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାର ଗୌରବ ହାସଲ କରିଛନ୍ତି। ମୋଦିଙ୍କ ନୂଆ କ୍ୟାବିନେଟରେ ଶପଥ ନେଇଛନ୍ତି ଏନଏଡି ସରକାରର ୭୧ ମନ୍ତ୍ରୀ । ସେମାନଙ୍କ ମଧ୍ୟରେ ୭ ମହିଳା ଥିବା ଜଣାଯାଇଛି। ଦ୍ୱିତୀୟ ପାଳିରେ ମୋଦିଙ୍କ କ୍ୟାବିନେଟରେ ୧୦ ମହିଳା ସାମିଲ ହୋଇଥିବା ବେଳେ ଚଳିତ ଥର ଏହି ସଂଖ୍ୟା ୭ ରହିଛି।

7 women ministers

ମୋଦିଙ୍କ କ୍ୟାବିନେଟର ୭ ମହିଳା ମନ୍ତ୍ରୀ ହେଲେ ନିର୍ମଳା ସୀତାରମଣ, ଅନ୍ନପୂର୍ଣ୍ଣା ଦେବୀ, ଅନୁପ୍ରିୟା ପଟେଲ, ଶୋଭା କରନ୍ଦଲାଜେ, ରକ୍ଷା ଖଡସେ, ସାବିତ୍ରୀ ଠାକୁର ଓ ନିମୁବେନ ବମଭାନିୟା ।

୬୪ ବର୍ଷୀୟା ନିର୍ମଳା ସୀତାରମଣ ଚଳିତ ଥର ନିର୍ବାଚନ ଲଢ଼ି ନ ଥିବା ବେଳେ ସେ ଏବେ ରାଜ୍ୟସଭା ସାଂସଦ ଅଛନ୍ତି। ଅନ୍ନପୂର୍ଣ୍ଣା ଦେବୀ ଝାଡ଼ଖଣ୍ଡର କୋଡରମା ସିଟ୍‌ରୁ ବିଜୟୀ ହୋଇଛନ୍ତି। ରକ୍ଷା ଖଡସେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିନେତା ଏକନାଥ ଖଡସେଙ୍କ ବୋହୂ । ସେ ମହାରାଷ୍ଟ୍ରର ରେଭର ସିଟ୍‌ରୁ ନିର୍ବାଚନ ଜିତି ଲୋକସଭାକୁ ଯାଇଛନ୍ତି। ୩୭ ବର୍ଷୀୟା ରକ୍ଷା ମୋଦି କ୍ୟାବେନଟରେ ସବୁଠୁ କନିଷ୍ଠ ମହିଳା ମନ୍ତ୍ରୀ। ସୀତାରମଣ ଓ ଅନ୍ନପୂର୍ଣ୍ଣା ଦେବୀ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ପାଇଥିବା ବେଳେ ଅନ୍ୟମାନେ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ପାଇଛନ୍ତି।

ଏହାବାଦ ଯେଉଁ ମହିଳା ମନ୍ତ୍ରୀ ଏଥର ମନ୍ତ୍ରୀମଣ୍ଡଳରୁ ବାଦ ପଡ଼ିଛନ୍ତି ସେମାନେ ହେଲେ ସ୍ମୃତି ଇରାନୀ, ଭାରତୀ ପାୱାର, ପ୍ରତୀମା ଭୌମିକ, ମୀନାକ୍ଷି ଲେଖି, ଦର୍ଶନା ଜୋର୍ଦ୍ଦସ, ସ୍ୱାଧୀ ନିରଞ୍ଜନ ଜ୍ୟୋତି ।

ସ୍ମୃତି ଇରାନି ଓ ଭାରତୀ ପାୱାର ଚଳିତ ନିର୍ବାଚନରେ ନିଜ ନିଜ ଆସନରୁ ହାରି ଯାଇଥିବା ବେଳେ ଅନ୍ୟମାନଙ୍କୁ ମଇଦାନକୁ ଓହ୍ଲାଇ ନ ଥିଲା ଦଳ। ଚଳିତ ଲୋକସଭା ନିର୍ବାଚନରେ ସମୁଦାୟ ୭୪ ମହିଳା ବିଜୟୀ ହୋଇଛନ୍ତି। ୨୦୧୯ ମସିହାରେ ଏହି ସଂଖ୍ୟା ୭୮ ଥିଲା।

ମୋଦି ୨୦୧୪ ମସିହାରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ତାଙ୍କ ମନ୍ତ୍ରୀମଣ୍ଡଳରେ ୮ ମହିଳା ମନ୍ତ୍ରୀ ସାମିଲ ହୋଇଥିଲେ। ତାଙ୍କ ଦ୍ୱିତୀୟ ପାଳିରେ ୬ ମହିଳା ପ୍ରଥମେ ଶପଥ ଗ୍ରହଣ କରିଥିବା ବେଳେ ଶେଷ ବେଳକୁ ଏହି ସଂଖ୍ୟା ୧୦ ଛୁଇଁଥିଲା। ଚଳିତ ଥର ଶପଥ ଗ୍ରହଣ ସମାରୋହରେ ୭ ମହିଳା ଶପଥ ନେଇଥିବା ବେଳେ ଭବିଷ୍ୟତରେ ଏହି ସଂଖ୍ୟା ବଢ଼ିପାରେ ବୋଲି ଚର୍ଚ୍ଚା ହେଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+