Get Updates
Get notified of breaking news, exclusive insights, and must-see stories!

କିସ୍ତୱାଡ଼ରେ ବର୍ଷେ ହେଲା ଚାଲିଥିବା ଅପରେସନରେଜୈସ-ଏ-ମହମ୍ମଦର କମାଣ୍ଡର ସୈଫୁଲ୍ଲା ସମେତ ୭ ଆତଙ୍କବାଦୀ ନିହତ

ଜମ୍ମୁ -କାଶ୍ମୀରର କିସ୍ତୱାଡ଼ରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବର୍ଷେ ହେଲା ଚାଲିଥିବା ଅପରେସନରେ ପାକିସ୍ତାନସ୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈସ-ଏ-ମହମ୍ମଦର କମାଣ୍ଡର ସୈଫୁଲ୍ଲା ସମେତ ୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅପରେସନରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏଫପିଭି ଡ୍ରୋନ୍, ସାଟେଲାଇଟ୍‌ ଚିତ୍ର, ୟୁଏଭି ପରି ଉଚ୍ଚ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ଉପକରଣ ବ୍ୟବହାର କରାଯାଇଥିଲା।

7 TERRORISTS KILLED IN JAMMU KASHMIR ENCOUNTER

ରବିବାର ପୁଲିସ୍‌, ସିଆର୍‌ପିଏଫ୍‌ ଓ ସେନାର ମିଳିତ ଦଳ ଚାତ୍ରୁ ଜଙ୍ଗଲ ଅଞ୍ଚଳର ପାସେର୍‌କୁଟ୍‌ଠାରେ ଜୈସ୍‌ର ତିନି ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ସୈଫୁଲ୍ଲା ଗତ ପାଞ୍ଚ ବର୍ଷ ହେଲା କିସ୍ତୱାଡ଼ ଓ ଡୋଡା ଅଞ୍ଚଳରେ ସକ୍ରିୟ ଥିଲା। ସୁରକ୍ଷାକର୍ମୀଙ୍କ ଉପରେ ବିଭିନ୍ନ ସମୟରେ ଆକ୍ରମଣ ଘଟଣାରେ ତା'ର ସମ୍ପୃକ୍ତି ଥିଲା। ଜୁଲାଇ ୨୦୨୪ରେ ଆତଙ୍କବାଦୀ ଆକ୍ରମଣରେ ୪ ଜଣ ଯବାନ ସହିଦ ହୋଇଥିଲେ। ଏହା ପଛରେ ମଧ୍ୟ ସୈଫୁଲ୍ଲାର ହାତ ଥିଲା। ଅନେକ ଥର ସୈଫୁଲ୍ଲା ସୁରକ୍ଷାକର୍ମୀଙ୍କ ହାତରୁ ଖସି ଯାଉଥିବାବେଳେ ଗତକାଲି ସେ ଓ ତା'ର ଦୁଇ ସହଯୋଗୀ ସୁରକ୍ଷାକର୍ମୀଙ୍କ ସହିତ ସଂଘର୍ଷରେ ନିହତ ହୋଇଥିଲେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+