ଜେଲରେ ଅଭିନେତାଙ୍କୁ ଭିଆଇପି ସେବା , ୭ ଅଧିକାରୀ ନିଲମ୍ବିତ

ବେଙ୍ଗାଲୁରୁ: ରେଣୁକାସ୍ୱାମୀ ହତ୍ୟା ମାମଲାରେ ବେଙ୍ଗାଲୁରୁ ଜେଲରେ ଅଛନ୍ତି ଲୋକପ୍ରିୟ କନ୍ନଡ ଚଳଚ୍ଚିତ୍ର ଅଭିନେତା ଦର୍ଶନ। ତାଙ୍କର ଏବେ ଏକ ଫଟୋ ସୋଶାଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଜେଲ ପରିସରରେ ବସି ସିଗାରେଟ ଟାଣିବା ସହ କିଛି ଲୋକଙ୍କ ସହିତ ଚା ପିଉଥିବାର ନଜର ଆସିଛି ।

ଆଉ ଏହି ଫଟୋ ବାହାରକୁ ଆସିବା ପରେ ଏହି ଘଟଣାରେ ପ୍ରାଥମିକ ତଦନ୍ତ କରିବା ପରେ ୭ଜଣ ଜେଲ ଅଧିକାରୀଙ୍କୁ ନିଲମ୍ବିତ କରିଛି କର୍ଣ୍ଣାଟକ ଗୃହ ବିଭାଗ। ଜେଲରେ ବ୍ୟାପକ ସୁରକ୍ଷା ତ୍ରୁଟି ନେଇ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା। କର୍ଣ୍ଣାଟକର ଗୃହମନ୍ତ୍ରୀ ଜି. ପରମେଶ୍ୱର କହିଛନ୍ତି ପୁଲିସ ସେଠାକୁ ଯାଇ ତଦନ୍ତ କରିଥିଲା। ବର୍ତ୍ତମାନ ଆମେ ଘଟଣାର ଅଧିକ ଅନୁସନ୍ଧାନ କରୁଛୁ। ପ୍ରାଥମିକ ତଦନ୍ତ ପରେ ୭ଜଣଙ୍କୁ ନିଲମ୍ବିତ କରାଯାଇଛି।

ବେଙ୍ଗାଲୁରୁ ସେଣ୍ଟ୍ରାଲ ଜେଲରେ ଥିବା ଦର୍ଶନ ତାଙ୍କ ମ୍ୟାନେଜର ଏବଂ କିଛି ଅପରାଧୀଙ୍କ ସହ ଖୋଲା ସ୍ଥାନରେ ବସି ଚା ଏବଂ ସିଗାରେଟ ଟାଣୁଥିବାର ଦେଖାଯାଇଛି। ଏହି ଫଟୋଗୁଡ଼ିକ ସାମ୍ନାକୁ ଆସିବା ପରେ ହଇଚଇ ଆରମ୍ଭ ହୋଇଯାଇଥିଲା। ଗୃହମନ୍ତ୍ରୀ ଜି ପରମେଶ୍ୱର, ଡିଜି ଜେଲ ମଲିନୀ କୃଷ୍ଣମୂର୍ତ୍ତିଙ୍କୁ ଏହି ଘଟଣାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

VIP Treatment For Actor Darshan In Jail

ଆଇଜି ଜେଲ ଆନନ୍ଦ ରେଡ୍ଡୀ ଏହି ମାମଲାର ଅନୁସନ୍ଧାନ କରିବା ପରେ ତାଙ୍କ ପ୍ରାଥମିକ ରିପୋର୍ଟରେ କହିଛନ୍ତି ଯେ ଜେଲ ନିୟମକୁ ଅଣଦେଖା କରିବା ଏବଂ ଦର୍ଶନଙ୍କ ପରି ଅଣ୍ଡର-ଟ୍ରାଏଲ କଏଦୀମାନଙ୍କୁ ମୁକ୍ତ କରିବା ଏବଂ ଅନ୍ୟ ମାମଲାରେ ଜେଲଦଣ୍ଡ ଭୋଗୁଥିବା କଏଦୀଙ୍କୁ ଜେଲରେ ଭିଆଇପି ଟ୍ରିଟମେଣ୍ଟ ଦିଆଯାଉଛି।

ସୂଚନାନୁସାରେ, ୩୩ ବର୍ଷୀୟ ଅଟୋ ଚାଳକ ରେଣୁକାସ୍ୱାମୀ ହତ୍ୟା ମାମଲାରେ ଗିରଫ ହୋଇଥିବା ୧୭ ଜଣଙ୍କ ମଧ୍ୟରେ ଅଭିନେତା ଦର୍ଶନ ଏବଂ ପାବିତ୍ରା ଗୌଡା ଅଛନ୍ତି। ଜୁନ୍ ୯ରେ ବେଙ୍ଗାଲୁରୁର ଏକ ଡ୍ରେନ୍‌ରୁ କନ୍ନଡ ଅଭିନେତାଙ୍କ ପ୍ରଶଂସକ ରେଣୁକାସ୍ୱାମୀଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ମିଳିଥିଲା। ପରେ ରଣୁକାଙ୍କୁ ହତ୍ୟା କରିବାର ସୁପାରି ଦର୍ଶନ ଦେଇଥିବା ଜଣାପଡିବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା।

ପୁଲିସର ସୂଚନାନୁସାରେ, ଅଭିନେତାଙ୍କ ନିର୍ଦ୍ଦେଶରେ ରେଣୁକସ୍ୱାମୀଙ୍କୁ ଏକ ଗ୍ୟାଙ୍ଗ ଅପହରଣ କରି ହତ୍ୟା କରିଥିଲେ। କାରଣ ସେ ସୋଶାଲ ମିଡିଆରେ ଅଭିନେତ୍ରୀ ପାବିତ୍ରା ଗୌଡାଙ୍କୁ ଅଶ୍ଳୀଳ ମେସେଜ ପଠାଇଥିବା ଅଭିଯୋଗ ହୋଇଥିଲା। ପାବିତ୍ରା ଗୌଡା ଅଭିନେତା ଦର୍ଶନଙ୍କ ସାଥୀ ଅଟନ୍ତି। ଉଭୟ ରିଲେସନଶିପରେ ଥିବା କୁହାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+