ଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ, ଅନେକ ହେଭିୱେଟଙ୍କର ହେବ ଭାଗ୍ୟ ପରୀକ୍ଷା
Lok Sabha Election 2024: ଆଜି ଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି । ଅନେକ ହେଭିୱେଟଙ୍କର ହେବ ଭାଗ୍ୟ ପରୀକ୍ଷା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠୁ ନେଇ ଅନେକ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା ହେବ । ଆଜି ୭ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ପଡ଼ିବ ଭୋଟ୍ । ମୋଟ ୫୭ଟି ଆସନରେ ୯୦୪ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ହେଲେ ଆଜି ସମସ୍ତଙ୍କ ନଜର ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ।

ସୂଚନାଥାଉ ଯେ, ତୃତୀୟ ଥର ପାଇଁ ବାରଣାସୀ ଆସନରୁ ଲୋକସଭା ନିର୍ବାଚନ ଲଢୁଛନ୍ତି ନରେନ୍ଦ୍ର ମୋଦୀ । ଗତ ଦୁଇଟି ନିର୍ବାଚନରେ ଏହି ଆସନରେ ବଡ ବିଜୟ ହାସଲ କରିଥିଲେ ପ୍ରଧାନମନ୍ତ୍ରୀ । ଏଥର ମଧ୍ୟ ସେ ଏହି ଆସନରୁ ସେ ତୃତୀୟ ଥର ପାଇଁ ବିଜୟ ନେଇ ଆଶାବାଦୀ । ଏଥର ମଧ୍ୟ ତାଙ୍କ ବିପକ୍ଷରେ ନିର୍ବାଚନ ଲଢୁଛନ୍ତି କଂଗ୍ରେସର ଉତ୍ତରପ୍ରଦେଶ ପ୍ରଦେଶ ଅଧ୍ୟକ୍ଷ ଅଜୟ ରାୟ ।












Click it and Unblock the Notifications