ଯବାନଙ୍କ ଗୁଳିମାଡ଼ରେ ୭ କୁଖ୍ୟାତ ମାଓବାଦୀ ନିପାତ

ଛତିଶଗଡ଼ ବିଜାପୁର ଜିଲାର ନ୍ୟାସନାଲ ପାର୍କ ଜଙ୍ଗଲରେ ୩ ଦିନ ଧରି ଚାଲିଥିବା ବଡ଼ ଧରଣର ସର୍ଚ୍ଚ ଅପରେସନରେ ଯବାନଙ୍କ ଗୁଳିରେ ୭ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ବରିଷ୍ଠ ମାଓବାଦୀ ନେତା ରହିଛନ୍ତି।

ସେମାନେ ହେଲେ ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ସଦସ୍ୟ ନରସିହ୍ମା ଚାଲମ ଓରଫ ସୁଧାକର ଏବଂ ମଇଲାରପୁ ଆଦେଲୁ ଓରଫ ଭାସ୍କର। ତେଲଙ୍ଗାନା ଏବଂ ଛତିଶଗଡ଼ ସରକାରଙ୍କ ପକ୍ଷରୁ ସୁଧାକର ନାମରେ ୪୦ ଲକ୍ଷର ପୁରସ୍କାର ରହିଥିବାବେଳେ ଭାସ୍କର ମୁଣ୍ଡରେ ୪୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

bsf

ଦୁଇ ଦିନ ତଳେ କେନ୍ଦ୍ରୀୟ କମିଟିର ସଦସ୍ୟ ସୁଧାକରର ମୃତ୍ୟୁ ହୋଇଥିବା ବେଳେ ଗତକାଲି ଏନକାଉଣ୍ଟରରେ ଆଉ ଜଣେ ଆଗଧାଡ଼ିର ନକ୍ସଲ ଭାସ୍କରର ମୃତ୍ୟୁ ହୋଇଛି। ଏହି କ୍ରମରେ ଗତ ୩ ଦିନ ମଧ୍ୟରେ ୭ ଜଣ ନକ୍ସଲ ମୃତ୍ୟୁବରଣ କଲେଣି। ଦୁଇ ଜଣ ବଡ଼ କ୍ୟାଡର ନକ୍ସଲ ସମେତ ଅନ୍ୟ ୫ ଜଣଙ୍କ ମଧ୍ୟରୁ ଦୁଇ ଜଣ ମହିଳା ଓ ୩ ଜଣ ପୁରୁଷ ନକ୍ସଲ ବୋଲି ଜଣାପଡିଛି। ମାଓନେତା ଭାସ୍କର ନାମରେ ସରକାର ୨୫ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ। ଭାସ୍କରର ଶବ ନିକଟରୁ ଏକ ଏକେ-୪୭ ବନ୍ଧୁକ ଜବତ କରିଛି ପୁଲିସ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+