ରୋଡରୁ ତଳକୁ ଖସିଲା କାର, ଚାଲିଗଲା ୭ ଜଣଙ୍କ ଜୀବନ
ଅସ୍ଥି ବିସର୍ଜନ କରି କାରରେ ଫେରୁଥିଲେ। ହେଲେ ଦୁର୍ଘଟଣାରେ ଚାଲିଗଲା ୭ ଜଣଙ୍କ ଜୀବନ। ରାଜସ୍ଥାନର ଜୟପୁର ଅନ୍ତର୍ଗତ ଶିବଦାସପୁର ଅଞ୍ଚଳରେ ରବିବାର ଏଭଳି ଦୁଃଖଦ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୧୪ ମାସର ଏବଂ ଅନ୍ୟ ଜଣେ ୩ ବର୍ଷୀୟ ଶିଶୁ ରହିଛନ୍ତି।ସୂଚନା ଅନୁସାରେ, ଶିବଦାସପୁର ଅଞ୍ଚଳରୁ ଏକ ପରିବାର ଓ କିଛି ସମ୍ପର୍କୀୟ ଅସ୍ଥି ବିସର୍ଜନ ପାଇଁ ହରିଦ୍ଵାର ଯାଇଥିଲେ। ସେଠାରେ ଅସ୍ଥି ବିସର୍ଜନ କରି କାରରେ ଫେରୁଥିଲେ।

ଦ୍ରୁତ ଗତି ଯୋଗୁ କାରଟି ଡିଭାଇଡର ସହ ମାଡ଼ ହୋଇ ଅଣ୍ଡରପାସ ତଳକୁ ଖସିପଡ଼ିଥିଲା। ତଳେ ପାଣି ଥିବାରୁ ପୀଡ଼ିତ ମାନଙ୍କୁ ଠିକ ସମୟରେ ଉଦ୍ଧାର କରାଯାଇ ପାରି ନ ଥିଲା। ଯାହାଫଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରି ନିକଟ ଡାକ୍ତରଖାନା ଶବଗୃହରେ ରଖିବା ସହିତ ଘଟଣାର ତଦନ୍ତ ଚଳାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।












Click it and Unblock the Notifications